September 21, 2024

ଉମରକୋଟ ରେ ସମ୍ବାଦ ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପ୍ରତି ଛାତ୍ର ଛାତ୍ରୀ ଙ୍କ ପ୍ରବଳ ଉତ୍ସାହ -୫୮୩ ଜଣ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ……..

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ସମ୍ବାଦର ରାଜ୍ୟ ବ୍ୟାପୀ ଅନୁଷ୍ଠିତ ହେଇଥିବା ପ୍ରତିଯୋଗିତା ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଇଥିଲା। ଉମରକୋଟ ରେ ଅନୁଷ୍ଠିତ ୨ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୮୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ପରୀକ୍ଷା ରେ ମୋଟ ୨୧୪ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଚିତ୍ରାଙ୍କନ ରେ ୮୭ ଜଣ, ସୁନ୍ଦର ହସ୍ତାକ୍ଷର ରେ ୭୮ ଜଣ ଓ ଭାଷାଜ୍ଞାନ ପ୍ରତିଯୋଗିତା ରେ ୪୯ ଜଣ ଛାତ୍ର ଛାତ୍ରୀ ସହର ର ୮ ଟି ସ୍କୁଲରୁ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲର ର।ମ୍ପି ରାୟ ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉତ୍କର୍ଷ। ବାୱାଲି ଦ୍ଵିତୀୟ ଓ ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲର ଆୟାନ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହି ପରି ସୁନ୍ଦର ହସ୍ତାକ୍ଷର ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସ୍ଵାଗତ ପାତ୍ର ପ୍ରଥମ, ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଶ୍ରାବଣୀ ନାୟକ ଦ୍ଵିତୀୟ ଓ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ସୃଷ୍ଟି ଶ୍ରୀ ରାଜ ଗୁରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହି ପରି ଭାଷା ଜ୍ଞାନ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନରେନ୍ଦ୍ର ମାଝି ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିକ୍ଷା ମିଶ୍ର ଦ୍ଵିତୀୟ ଓ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ସ।ରନ ବାଗ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରଧାନ ଶିକ୍ଷକ ଅସୀମ ବିଶ୍ଵାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧ।ନ ରେ ଅନୁଷ୍ଠିତ ପରୀକ୍ଷାରେ ସସ୍ମିତା ରାଉତ, ମାଧୁରୀ ବିଷୋୟୀ, ନମିତା ମଞ୍ଜରୀ ପଣ୍ଡା, ଶ୍ରଦ୍ଧାଞ୍ଜଳି ସାହୁ, ଶୁଭେଚ୍ଛା ମୟି ସିଂ ବାରିକ, ନମିତା ପୂଜାରୀ ଓ ବସନ୍ତ କୁମାର ସେଠି ପ୍ରମୁଖ ପରୀକ୍ଷା ପରିଚ।ଳନ। ରେ ସହୋଜଗ କରି ଥିଲେ। ସେହିପରି ଭାଷାଜ୍ଞାନ ଉତ୍ତର ଖାତାର ବିଚାରକ ମଣ୍ଡଳୀ ରେ ଥିଲେ ଅଧ୍ୟାପକ ଗୋପାଳ ମହାରଣା, ତ୍ରିପତି ପଟ୍ଟନାୟକ, ସସ୍ମିତା ରାଉତ, ସୁନିଲ କୁମାର ନାୟକ ଓ ହିମାଂଶୁ ଆଚ।ରି ଉପସ୍ଥିତ ଥିବା ବେଳେ ହସ୍ତାକ୍ଷର ପରୀକ୍ଷା ଖାତା ମୂଲ୍ୟାୟନ କରିବା ପାଇଁ ଗଣେଶ ପ୍ରସାଦ ରଣା, ରଂଜନ ଗୌଡ଼ ଓ ସମୀର କୁମାର ପ୍ରଧାନ ଉପସ୍ଥିତ ଥିଲେ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଭାତ କୁମାର ପଟ୍ଟନାୟକ ବିଚାରକ ଭାବେ ଉପସ୍ଥିତ ଥିଲେ। ପରେ ଅନୁଷ୍ଠିତ ହେଇ ଥିବା ପୁରସ୍କାର ବିତରଣୀ ଉତ୍ସବରେ ଉମରକୋଟ ପୌରଦକ୍ଷ। ରାଧା ଭତ୍ର। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁରେନ୍ଦ୍ର ନାଥ ଦାସ, ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲ୍ଲା ସଭାପତି ଅଶୋକ କୁମାର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ରାମ ନାୟକ , ଅଧ୍ୟାପକ ଗୋପାଳ ମହାରଣା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ପରୀକ୍ଷା ଅନୁଷ୍ଠିତ ହେଇ ଥିବା ବେଳେ ଅଶୋକ କୁମାର ପ୍ରଧାନ ଓ ଗଣେଶ ପ୍ରସାଦ ରଣା ଉମରକୋଟ ସମ୍ବାଦ ପ୍ରତିନିଧି ମମତା ପଟ୍ଟନାୟକ ସମସ୍ତ କାର୍ଯ୍ୟରେ ସହୋଜଗ କରିଥିଲେ।

ସେହିପରି ଗୁରୁକୃପା ପବ୍ଲିକ ସ୍କୁଲରେ ଅନୁଷ୍ଠିତ ପରୀକ୍ଷାରେ ଏହି ସ୍କୁଲର ମୋଟ ୩୬୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ଯରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୩୪ , ହସ୍ତାକ୍ଷର ପ୍ରତିଯୋଗିତା ରେ ୧୬୬ ଓ ଭାଷାଜ୍ଞାନ ପରୀକ୍ଷା ରେ ୬୯ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା ରେ ଯୁଲିତ। ଗଣ୍ଡ ପ୍ରଥମ, ପରି ବିଶ୍ଵକର୍ମା ଦ୍ଵିତୀୟ ଓ ହରି ଓମ ପନକା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ହସ୍ତାକ୍ଷର ପରୀକ୍ଷାରେ ସାଇ ଶ୍ରୀଜେସ ନାୟକ ପ୍ରଥମ, ଭୃବି ଯେଇସ୍ମିତା ମିଶ୍ର ଦ୍ଵିତୀୟ ଓ ସାଇ ସମର୍ପିତ। ସାମଲ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାଷାଜ୍ଞାନ ପରୀକ୍ଷା ରେ ଇଷ। କର ପ୍ରଥମ, ହାର୍ଦ୍ଦିକ ପଣ୍ଡା ଦ୍ଵିତୀୟ ଓ ପ୍ରଜ୍ଞାନ ଗଣ୍ଡ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହି ପରି ବିଚାରକ ଭାବେ ଚିତ୍ରାଙ୍କନରେ ସତ୍ୟ ସ।ବନ ଦାସ, ହସ୍ତାକ୍ଷର ପରୀକ୍ଷା ରେ ଚନ୍ଦନ। ମଲ୍ଲିକ ଓ ଭାଷା ଜ୍ଞାନ ପରୀକ୍ଷା ପାଇଁ ଶ୍ରୀମତୀ ଦୀପ। ଦଳେଇ ଦାୟିତ୍ଵ ନିର୍ବାହ କରିଥିଲେ। ଅଧ୍ୟକ୍ଷ। ସ୍ବପ୍ନ। ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧ।ନ ରେ ଅନୁଷ୍ଠିତ ଏହି ପରୀକ୍ଷା ରେ ସତ୍ୟ ସ।ବନ ଦାସ ଓ ହମିଦ। ବାନୁ ପରୀକ୍ଷା ପରିଚ।ଳନା ରେ ସହଯୋଗ କରିଥିଲେ। ସେହି ପରି ସ୍କୁଲ ପରିସର ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ କୁମାର ରାଉଳ ଯୋଗ ଦେଇ ଥିବା ବେଳେ, ପୂର୍ବତନ ନଗର ପାଳ ଝ।ଡେଶ୍ୱେର ମହାନ୍ତି ଓ ସ୍କୁଲର ପରିଚାଳନା କମିଟି ସଭାପତି ମନୋଜ କୁମାର ପାଢ଼ୀ ଓ ଟ୍ରଷ୍ଟି ସଭ୍ୟ ସଚିନ ଦାସ ଉପସ୍ଥିତ ରହି ପୁରସ୍କାର ବିତରଣ କରି ଥିଲେ। ଅଧ୍ୟକ୍ଷ। ସ୍ବପ୍ନ। ପାଣିଗ୍ରାହୀ ମଂଚ ପରିଚାଳନା କରି ଥିବା ବେଳେ ସମ୍ବାଦର ପ୍ରତିନିଧି ମମତା ପଟ୍ଟନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଥିଲେ।