September 21, 2024

ତିର୍ତ୍ତୋଲ ବିଧାୟକ ଙ୍କ ପାଇଁ ସମ୍ବର୍ଦ୍ଧନା ସଭା !

Share

ତିର୍ତ୍ତୋଲ ::- ନିର୍ବାଚନ ର ବହୁଦିନ ପରେ ତିର୍ତ୍ତୋଲ ଅଞ୍ଚଳର ଜନସାଧାରଣ ମନେ ପକେଇଲେ ନିର୍ବାଚିତ ପ୍ରତିନିଧି ପ୍ରଫେସର ରମାକାନ୍ତ ଭୋଇ ଙ୍କୁ !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ରାଜନୀତିର ଚର୍ଚ୍ଚିତ ମଣ୍ଡଳୀ ରହି ଆସିଛି !ଦୀର୍ଘ ବର୍ଷ ହେବ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ଏହି ଅଞ୍ଚଳ ବିଶେଷକରି ରୋଜଗାରକ୍ଷମ ହେବାରେ ପ୍ରୟାସ ଜାରି ରଖିଥିବା ବେଳେ, ସମସ୍ତଙ୍କର ଆଖି ଭଗ୍ନସ୍ତୁପ ପାଲଟି ଥିବା ସାରଳା ସମବାୟ ସୂତାକଳ ଉପରେ ରହିଛି ! କେବେ କାର୍ଯ୍ୟକ୍ଷମ ହେବ ସୂତାକଳ ଅବା କେବେ ଆରମ୍ଭ ହେବ ନୂତନ ଶିଳ୍ପ, ଯାହା ଫଳରେ ରୋଜଗାର ପାଇବେ ଶହସ୍ରାଧିକ ବ୍ୟକ୍ତି ! ଶିଳ୍ପ କୁ ଆଧାର କରି ବେପାର ବାଣିଜ୍ୟ ର କ୍ଷୁଦ୍ର ସଂସ୍ଥା ମାନ ଗଢି ଉଠିବ, ବହୁ ଲୋକେ ଉପକୃତ ହେବେ !ଏପରି ସ୍ୱପ୍ନର ବାସ୍ତବ ରୂପ ଦେବାକୁ ପ୍ରଚେଷ୍ଟା ଜାରି ରଖିଥିବା ବିଧାୟକ ରମାକାନ୍ତ ଭୋଇ ଙ୍କୁ ସମ୍ବର୍ଦ୍ଧନା ଦେବାକୁ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା !ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଯୋଗଦେଇଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ବରିଷ୍ଠ ଉପସଭାପତି ଅଶ୍ୱିନୀ କୁମାର ଦାସ,ବସନ୍ତ କୁମାର ମହାପାତ୍ର, ସୁମିତ ଦାସ,ରାଜ୍ୟ ମହିଳା ନେତ୍ରୀ ଲୋରା ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ସୁନୀଲ ବେହେରା, ବ୍ଲକ ବିଜେଡି ସମ୍ପାଦକ ଆମରଜ୍ୟୋତି ସାହୁ,ଦେବବ୍ରତ ମହାନ୍ତି, ପଣ୍ଡିତ ଶିଶିର କୁମାର ପଣ୍ଡା,ସୁଦର୍ଶନ ପଣ୍ଡା, ବୈରାଗୀ ବାରିକ, ପଞ୍ଚାୟତ ମାନଙ୍କର ସରପଞ୍ଚ ଓ ସମିତି ସଭ୍ୟ ବୃନ୍ଦ !ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ଏକ ବିଶାଳ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ !ଅନ୍ୟମାନେ ସମ୍ମାନ ପ୍ରଦାନ ପୂର୍ବକ ସଭାସ୍ଥଳକୁ ମୁଖ୍ୟ ଆକର୍ଷଣ ରମାକାନ୍ତ ଭୋଇ ଙ୍କୁ ପାଛୋଟି ନେଇଥିଲେ !ବିଗତ ଦିନର ନିର୍ବାଚନୀ ସମୀକ୍ଷା ସହିତ ଆଗାମୀ ଦିନର ସଂଗଠନ କୁ ଦୃଢ଼ କରିବାକୁ ସଂକଳ୍ପ ନେବା ସହିତ ଦଳୀୟ କନ୍ଦଳ ସୃଷ୍ଟି ନକରି ସମସ୍ତ କର୍ମୀ ସହଯୋଗରେ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ !ଖୁବଶୀଘ୍ର ତିର୍ତ୍ତୋଲରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଘୋଷଣା ମଧ୍ୟ କଲେ !ଅବଶେଷରେ ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା !