ଖବର ଆଜିର*
*ଖବର ଆଜିର*
*ତାରିଖ ୧୬/୦୯/୨୩, ଶନିବାର*
*୧-କଟକ ସହରକୁ ନୂଆ ପରିଚୟ ଦେବ ନେତାଜୀ ବସ ଟର୍ମିନାଲ, ଆଜି ହେବ ଏହାର ଉଦଘାଟନ।*
*୨-ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବକୁ ମୋହର, ସିଲକନ ଓ ନିଷ୍ଟ ହେବ ୟୁନିଟାରି ୟୁନିଭର୍ସିଟି।*
*୩-ହିରାକୁଦ ଜଲଭଣ୍ଡାରର ଆଉ ୨ଟି ଗେଟ୍ ଖୋଲିଲା, ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ।*
*୪-କଟକରେ ଏନକାଉଣ୍ଟର, ଦୁର୍ଦାନ୍ତ ମଙ୍ଗୁ ଆହତ, ପୂର୍ବରୁ ବି ପୁଲିସ ଗୁଳି ଖାଇଥିଲେ।*
*୫-ଭୁବନେଶ୍ୱର:୭୯ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ, ପଞ୍ଜିକୃତ ଚାଷୀ ଯେତେ ଆଣିବେ କିଣାଯିବ।*
*୬-୧୮ରେ ଘୂର୍ଣ୍ଣିବଳୟ,୧୯ରୁ ବଢ଼ିବ ବର୍ଷା। ଦେଓଗାଁର ସର୍ବାଧିକ ୧୯୦ ମିମି ବର୍ଷିଲା।*
*୭-କିଟ୍ ସ୍କୁଲ ଅଫ ଆର୍କେଟେକଚରେ ଅନୁଷ୍ଠିତ ହେଲା ପ୍ରତିଭା ନିର୍ମାଣ ସମ୍ମାନ ୨୦୨୩, ୨୭ରୁ ଅଧିକ କଲେଜରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କଲେ ଯୋଗଦାନ।*
*୮-ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ଜୀବନ ଗଲା।*
*୯-ଭଦ୍ରକ ବାସୁଦେବପୁର ମନ୍ଦାରୀ ଗ୍ରାମ ରେ , ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରାତନ ଛାତ୍ରମାନଙ୍କ ଦ୍ଵାରା ସ୍ମୃତି ଚାରଣ ସହିତ ସ୍ମୃତି ପତ୍ରିକା ‘ପଦ୍ମ ଅର୍ଘ୍ୟ’ ଉନ୍ମୋଚିତ ହୋଇଯାଇଛି।*
*୧୦-ମୁଣ୍ଡ ନେଉଛି ସ୍କ୍ରବ୍ ଟାଇଫସ ! ୧୬୨ ଜଣ ଆକ୍ରାନ୍ତ, ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ।ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ।*
*୧୧-ରାଜଧାନୀରେ ସରପଞ୍ଚଙ୍କ ଗର୍ଜନ:କ୍ଷମତା ଫେରାଇବା ଦାବିରେ କମ୍ପାଇଲେ।*
*୧୨-୮ ଦିନ ହେଲା ପ୍ରାଥମିକ ସ୍କୁଲରେ ତାଲା, ଚେତାବନୀ ପରେ ବି ଆନ୍ଦୋଳନ ଜାରି।*
*୧୩-ତୀବ୍ର ହେଉଛି ଛାତ୍ର ସଂସଦ ନିର୍ବାଚନ ଦାବି। ଆନ୍ଦୋଳନ ଜାରି ରଖିବ ABVP ଓ ଛାତ୍ର କଂଗ୍ରେସ।*
*୧୪-ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ସର୍ତ୍ତାବଳୀ ଅନୁଯାୟୀ ପୌରପାଳିକା ଲିଜ୍ ଜମି ନିୟମିତ ହେବ।*
*୧୫-ଭୁବନେଶ୍ୱର ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି।*
*୧୬-ଶ୍ରମିକଙ୍କ ପାଇଁ କେନ୍ଦ୍ରର ବଡ଼ ଉପହାର ! ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା।*
*୧୭-ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ସିନେମା ଜୱାନ, ୪୦୦ କୋଟି କ୍ଲବରେ ହେଲା ସାମିଲ।*
*୧୮-ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*