ବାରବଖରାରେ ଚାଲିଗଲା ଜୀବନ
ବରଗଡ,
ଆଜି ରବିବାର। ବରଗଡ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତରେ ଥିଲା ପର୍ଯ୍ୟଟକଙ୍କ ଖଚାଖଚ୍ ଭିଡ଼। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣ ସହ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥିଲେ। ବାରପାହାଡ ଉପରେ ଜଳ ପ୍ରପାତ – ଝରଣା ନିକଟରେ ଭୋଜିଭାତର ଆସର ଜମିଥିଲା। ଅନେକ ଲୋକ ପରିବାର ସହ ଆସିଥିଲେ ଓ ଅନେକ ସାଙ୍ଗସାଥିଙ୍କ ସହ ଆସି ଜଳପ୍ରପାତର ମଜା ନେଉଥିଲେ।
ପ୍ରକୃତିର ସୁନ୍ଦରତାକୁ ସମସ୍ତେ ଉପଭୋଗ କରୁଥିଲେ। ଜଳ ପ୍ରପାତରେ ଗାଧେଇବାର ମଜା ମଧ୍ୟ ନେଉଥିଲେ ପର୍ଯ୍ୟଟକ। ନିଜ ମୋବାଇଲ କ୍ୟାମେରାରେ ଅନେକ ଲୋକ ବିଭିନ୍ନ ଦୃଶ୍ୟକୁ କଏଦ କରୁଥିଲେ।
ଏହି ସମୟରେ ହଟାତ ଘଟିଯାଇଥିଲା ଏକ ଦୁଖଃଦ ଘଟଣା।
ବରଗଡ ବ୍ଲକ ଗୋବିନ୍ଦପୁର ଗ୍ରାମର ରିତେଶ ପଧାନ ଗାଧୋଉ ଥିବାବେଳେ ଏହି ବାରବଖରା ଜଳ ପ୍ରପାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ କଣ ଜଣାପଡ଼ିନଥିବା ବେଳେ ଅମ୍ବାଭୋନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରିତେଶ ନିଜ ସାଙ୍ଗ ସାଥୀ ଙ୍କ ସହ ଆଜି ଜଳ ପ୍ରପାତକୁ ବୁଲିବାକୁ ଯାଇ ଗାଧୋଉ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି।
