ବୈପାରୀଗୁଡାରେ ପ୍ରଶାସନ ନିରବ, ଗ୍ରାମବାସୀ ନିଜେ ଉଡ଼ାଇଲେ ତ୍ରିରଙ୍ଗା!

ବୈପାରୀଗୁଡା, ୧୫/୦୮/୨୦୨୬ (ଗୁପ୍ତେଶ୍ୱର ରଥ, କୋରାପୁଟ):
ଦେଶ ସାରା ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବୈପାରୀଗୁଡାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ବୈପାରୀଗୁଡା ପ୍ୟାରେଡ୍ ପଡ଼ିଆରେ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ଆଳ ଦେଖାଯାଇଥିବା ଅଭିଯୋଗ ହୋଇଥିବା ବେଳେ, ଶେଷରେ ଗ୍ରାମବାସୀ ନିଜେ ଆଗେଇ ଆସି ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।
କୁନି କୁନି ପିଲାଙ୍କ ଉପସ୍ଥିତିରେ ସ୍ଥାନୀୟ ଗ୍ରାମବାସୀମାନେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ। ପତାକା ଉତ୍ତୋଳନ ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହର ଭାବନା ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା।
ପ୍ରଶାସନର ଅପେକ୍ଷା ନକରି ଗ୍ରାମବାସୀ ନିଜେ ଦାୟିତ୍ୱ ନେଇ ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ ଓ ମୁହଁରେ ଗର୍ବର ହସ—ଏହି ଦୃଶ୍ୟ ବୈପାରୀଗୁଡାରେ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ।
“ପ୍ରଶାସନ ଅପେକ୍ଷା କଲେନି, ଦେଶପ୍ରେମର ଦାୟିତ୍ୱ ନିଜେ ନେଲେ ଗ୍ରାମବାସୀ”—ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।
