August 16, 2026

୪ ଟି ପଞ୍ଚାୟତରେ ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା.

IMG-20260816-WA0005
Share

 

 

 

ଭଦ୍ରକ ( ଦେବାଶିଷ ଦାଶ )

 

 

ପି ସି ସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆରଡ଼ି, ଓଲଗ,ସୁନ୍ଦରପୁର, ଓ ନାନ୍ଦପୁର ପଂଚାୟତରେ ବନ୍ୟା ବିପନ୍ନମାନଙ୍କୁ ରିଲିଫ ସହାୟତା ପ୍ରଦାନ କରାଯାଇଛି.ବନ୍ୟାର ତାଣ୍ଡବରେ ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ୪ପଞ୍ଚାୟତର ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ. ବନ୍ୟା ଯୋଗୁଁ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଥିବା ପରିବାରଗୁଡ଼ିକୁ କଂଗ୍ରେସ ନେତା ଅମୀୟ ମହାପାତ୍ରଙ୍କ ନେତୃତ୍ୱରେ ରିଲିଫ ସହାୟତା ପ୍ରଦାନ କରାଯାଇଛି। ଲଗାଣ ବର୍ଷା ଓ ବନ୍ୟା ପାଣିରେ ଏହି ୪ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନେକ ଲୋକଙ୍କ ଘରେ ବନ୍ୟା ପାଣି ପଶିଯିବା ସହ ରୋଷେଇ ଓ ଖାଦ୍ୟପେୟ ଭଳି ମୌଳିକ ସମସ୍ୟା ଦେଖାଦେଇଛି। ଏପରି ସ୍ଥିତିରେ ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି ଅମୀୟ ଭାଇ. ଏହି ଦୁର୍ଦ୍ଦିନ ସମୟରେ ବିପନ୍ନଙ୍କ ପାଖରେ ବିପଦର ବନ୍ଧୁ ଭାବରେ ଠିଆ ହୋଇଛନ୍ତି କଂଗ୍ରେସ ନେତା ଅମୀୟ ମହାପାତ୍ର। କଂଗ୍ରେସ ପକ୍ଷରୁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ଓ ସହାୟତା ପ୍ରଦାନ ସମୟରେ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଛନ୍ତି ଅମୀୟ ମହାପାତ୍ର।

ବନ୍ୟା ସମୟରେ ଲୋକମାନେ ଯେପରି ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଦୁର୍ବିପାକ ସମୟରେ ଦଳମତ ନିର୍ବିଶେଷରେ ଲୋକଙ୍କ ପାଖରେ ଠିଆ ହେବା ହିଁ ମାନବିକତାର ପରିଚୟ ବୋଲି କୁହାଯାଇଛି। ରିଲିଫ ସହାୟତା ପାଇବା ପରେ ବନ୍ୟା ବିପନ୍ନ ପରିବାରଗୁଡ଼ିକ ମଧ୍ୟ କଂଗ୍ରେସ ନେତା ଅମୀୟ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ବିପଦ ସମୟରେ ତାଙ୍କ ସହାୟତା ବିପନ୍ନ ପରିବାରଙ୍କ ମନରେ କିଛିଟା ଆଶ୍ୱାସନ ସୃଷ୍ଟି କରିଛି।ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ରଙ୍କ ସହ ୪ପଂଚାୟତର କଂଗ୍ରେସର ଆଗଧାଡିର ନେତୃବୃନ୍ଦ ବୈଲୋଚନ ପଣ୍ଡା, ବୃନ୍ଦାବନ ମହାଳିକ, ସୁଲୋଚନା ନାୟକ, ଉତ୍ତମ କୁମାର ମହାନ୍ତି, ନିର୍ମଳ ତାଡ଼ୁ, ରାଧାକାନ୍ତ ପାଢ଼ୀ, ଓ ନରେନ୍ଦ୍ର ନାୟକ, ପ୍ରହଲ୍ଲାଦ ସାହୁ, ଦେବାଶିଷ ନାୟକ,ଅତୁନ ଧଡ଼ା,ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ.