କୁଜଙ୍ଗ ବ୍ଲକରେ ସ୍ଵାଧୀନତା ଦିବସ ପାଳନ ..
ସାରାଦେଶରେ ସ୍ଵାଧୀନତା ଦିବସ ଅବସରରେ ହରଘର ତିରଙ୍ଗା ପାଳନ କରୁଥିବା ବେଳେ ଆଜି କୁଜଙ୍ଗ ବ୍ଳକ ପରିସରରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ବାଇଁ, ଏ ବିଡ଼ିଓ ପ୍ରଶାନ୍ତ କୁମାର ଜେନା, ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ରିୟ ରାଉତ, କେଶୀୟର ବସନ୍ତ କୁମାର ବିଶ୍ଵାଳ,କୁଜଙ୍ଗ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ନୀନା ରାଣୀ ସାହୁ, 3ନମ୍ବର ଜୋନ ର ଜିଲ୍ଲା ପାରିଷଦ ପୁଷ୍ପଲତା ବେହେରା, 1ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରମୋଦ ସ୍ଵାଇଁ, ପୋତାନଇ ସମିତି ସଭ୍ୟ ସତ୍ୟବାନ ମୁଦୁଲି ସମାଜସେବୀ ପ୍ରକାଶ ଚନ୍ଦ୍ର ବେହେରା ଓ ବାଲିଆ ଓ କୁଜଙ୍ଗ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିବା ବେଳେ ଦେଶାତ୍ମକ ବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।ମାତ୍ର ପରେ ପରେ ପାଇକ ଭାଇ ଭଉଣୀ ମାନେ କିପରି ସଂଗ୍ରାମ କରିଥିଲେ ସେ ଦିଗରେ ପରିବେଷଣ କରାଯାଇଥିଲା
ସେହି ପରି କୁଜଙ୍ଗ ଗ୍ରାମ ପଞ୍ଚାୟତ ପରିସରରେ ସରପଂଚ ବନ୍ଦିତା ଦାସ ଙ୍କ ନେତୃତ୍ୱରେ 78 ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଦେଶ ପାଇଁ ସଂଗ୍ରାମ କରି ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କୁ ମନେ ପକାଇ ବାଲିଆ, କୁଜଙ୍ଗ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅତିଥି ମାନେ ତିରଙ୍ଗା ତଳେ ଦେଶାତ୍ମକ ସଂଗୀତ ଗାନ କରିଥିଲେ। ପାରେ ସ୍ୱଚ୍ଛ ଭାରତ ଅଭିଯାନରେ କୁଜଙ୍ଗ ପଞ୍ଚାୟତ ର ବିଭିନ୍ନ ସ୍ଥାନର ଅଳିଆ ଆବର୍ଜ୍ଜନା ସଫା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅମିତ୍ ପ୍ରଧାନ, ସୌଭାଗ୍ୟ ପ୍ରଧାନ, ଦିଲ୍ଲୀପ ମହାପାତ୍ର, ଚିରିଞ୍ଜିବି ନାୟକ, ପ୍ରଭାସ ରଂଜନ ଦାସ, ଲିଙ୍ଗରାଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )