November 15, 2024

ଗଜପତି:- ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ ଓ ଅତ୍ୟାଚାର ତଥା ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଭିଏଚପି: ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ।

Share

 

ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ପ୍ରତି ଆକ୍ରମଣ ଓ ଅତ୍ୟାଚାର ସମେତ ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପ୍ରତିବାଦରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ତଥା ପ୍ୟାଲେସ ଛକ ଠାରୁ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ଜିଲ୍ଲା ବଜରଙ୍ଗ ଦଳ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ଲା କାର୍ଡ ଧରି ବାଂଲାଦେଶୀ ବିରୋଧୀ ନାରା ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସ , ମୁଲି ଗୋପାଳ ରାଓ , ଇଞ୍ଜିନିୟର ଏମସି: ରାଓ , ଭିଏଚପି: କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର ଏବଂ ସମ୍ପାଦକ ଶ୍ୟାମ ସୁନ୍ଦର ଶବର ପ୍ରମୁଖ ଉଦବୋଧନ ଦେଇ ବାଂଲାଦେଶୀ ଆକ୍ରମଣ ଓ ଅତ୍ୟାଚାରକୁ ନିନ୍ଦା କରିଥିଲେ ।

ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ପ୍ରଦାନ କରା ଯାଇଥିଲା ।

ଏହି ଅବସରରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ଶ୍ରୀ ଲୋକନାଥ ମିଶ୍ର ଏବଂ ଶ୍ରୀ ଗିନି କୁମାର ରେଡ୍ଡୀ କହିଛନ୍ତି ଯେ , ଗତ କିଛିଦିନ ହେଲା ବାଂଲାଦେଶରେ ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ସହ ମା ଓ ଭଉଣୀ ମାନଙ୍କୁ ଗଣଧର୍ଷଣ , ଘର ଓ ଦୋକାନ ପୋଡାଜଳା ଇତ୍ୟାଦି ଅତ୍ୟାଚାର କରାଯାଉଛି । ଏହାକୁ ନେଇ ଗଜପତି ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଘୋର ନିନ୍ଦା ଓ ବିରୋଧ କରିବା ସହ ଗଜପତି ଜିଲ୍ଲାରେ ରୋହିଜ୍ଞା ଅନୁପ୍ରବେଶ କାରୀ ମାନଙ୍କୁ ଚିହ୍ନଟ କରି ତୁରନ୍ତ ବିତାଡିତ କରାଯାଉ । ଅନ୍ୟପକ୍ଷରେ ବିନା ଯାଞ୍ଚରେ ସେହି ଅନୁପ୍ରବେଶକାରୀ ମାନଙ୍କୁ ଆଧାର କାର୍ଡ ଓ ରେଶନ କାର୍ଡ ପ୍ରଦାନ କରାଯିବା ଫଳରେ ଗଜପତି ଜିଲ୍ଲାରେ ଦିନକୁ ଦିନ ବାଂଲାଦେଶୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସେମାନେ ସରକାରୀ ଜମିରେ ଜବର ଦଖଲ କରି ରହି ଗାଁ କୁ ଗାଁ ଫେରି ବାଲା ଭାବେ ବୁଲୁକଛନ୍ତି । ତେଣୁ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ବାଂଲାଦେଶୀ ମାନଙ୍କୁ ବିତାଡିତ କରାଯିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଦାବୀ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିଏଚପି: ଓ ବଜରଙ୍ଗ ଦଳର ନଗର ସଭାପତି କୈଳାଶ ପଟ୍ଟନାୟକ , ସହସଂପାଦକ ନାରାୟଣ ରଇତ, ଜିଲ୍ଲା ଗୋ ରକ୍ଷକ ପ୍ରମୁଖ ମନୋଜ ଦାସ , କୋଷାଧ୍ୟକ୍ଷ ହରୀମୋହନ ପଟ୍ଟନାୟକ , ଆଖଡ଼ା ପ୍ରମୁଖ ପବିତ୍ର ରଇତ, ନଗର ସଂଯୋଜକ ରବୀନ ସାହୁକାର , ଅଡବା ପ୍ରଖଣ୍ଡ ସଂଯୋଜକ ସଂଗ୍ରାମ ପାଇକ ପ୍ରମୁଖ ଯୋଗ ଦେଇଥିଲେ ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————–+————–