November 15, 2024

ବୁଗୁଡ଼ାରେ ୭୮ତମ ସ୍ବାଧୀନତା ଦିବସ ପାଳିତ

Share

ବୁଗୁଡ଼ା : ତା ୧୬/୦୮/୨୪ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ

ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ

ପତାକା ଉତ୍ତୋଳନ ପୂର୍ବକ ୭୮ତମ ସ୍ବାଧୀନତା ଦିବସ

ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି ।ଏ ଅବସରରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଶ୍ରୀକର ଭଞ୍ଜ ଓପନ୍ ୟୁନିଟ୍ ପକ୍ଷରୁ ଏନ୍ଏସିର ସହଯୋଗରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ମିଳିତ ପ୍ଯାରେଡର ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ମିଡିଆ କ୍ଲବରେ ସଭାପତି ଅନିଲ ପଟ୍ଟନାୟକ , ଦିବ୍ଯ ଦର୍ଶନ ଜରାଶ୍ରମରେ କାର୍ଯ୍ୟକାରୀ ସଭାପତି ବିଶ୍ବମୋହନ ମିଶ୍ର , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ବ୍ରଜ କିଶୋର ପାଢ଼ୀ, ନିୟୁ ଏରା ପବ୍ଲିକ୍ ସ୍କୁଲରେ ବିଡିଓ ସନ୍ତୋଷ କୁମାର ଜେନା , ବି.ଏନ୍.ପବ୍ଲିକ୍ ସ୍କୁଲରେ ଏମଡି ଚନ୍ଦନ ଚର୍ଚ୍ଚିତ ପାତ୍ର, ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଭାଗବତ ସ୍ଵାମୀ ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ଵାଇଁ, ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣା , ପିପୁଲ୍ସ କଲେଜରେ ଅଧ୍ୟକ୍ଷ ହରିକୃଷ୍ଣ ନାୟକ , ମହିଳା ମହାବିଦ୍ୟାଳୟରେ ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁ, ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସେନାପତି ଓ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚରେ ବିଶ୍ବନାଥ ରଣା , ଏନ୍ଏସି କାର୍ଯ୍ୟାଳୟରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବିଜୁ ଜନତା ଦଳ କାର୍ଯାଳୟରେ ବ୍ଲକ ସଭାପତି ମଦନ ଗୋପାଳ ଦୋରା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ତାପସ ରାଉତ , ଜେଏମଏଫସି କୋର୍ଟରେ ବିଚାରପତି ପରିଣିତା ନାୟକ , ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।