March 10, 2026

ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଧାରଣା 

IMG-20250716-WA0052
Share

 

 

ପାରଳାଖେମୁଣ୍ଡି:୧୫/୭(ଗରୁଡ ଧ୍ୱଜ ଚୌଧୁରୀ) ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ଏବଂ ଉପଯୁକ୍ତ ନ୍ୟାୟ ସହ ଦଣ୍ଡ ବିଧାନ ପାଇଁ ସମାଜସେବୀ ସମୁଦାୟଙ୍କ ତରଫରୁ ଆଜି ଦିନ 11 ଘଣ୍ଟା ସମୟରେ ପାରଳା ରାଜପ୍ରସାଦ ସମ୍ମୁଖରେ ଥିବା ଯାତ୍ରୀ ବିଶ୍ରାମଗାରା ଠାରେ ଧାରଣା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସମାଜସେବୀମାନେ ସମାଜସେବୀ ଜସ୍ମିନ୍ ଶେଖଙ୍କ ନେତୃତ୍ବରେ ଯୋଗ ଦେଇଥିଲେ. ରଞ୍ଜିତା ପାଣିଗ୍ରାହୀ, ପି. ଗୌତମୀ, ସଂଗୀତା ମହାନ୍ତି, ପି. ସୁମିତା, ଲିନୁ ସୁବୁଦ୍ଧି, ରାମ ପ୍ରସାଦ ପ୍ରମୁଖ ସମାଜସେବୀ ଏହି ଧାରଣାରେ ଯୋଗଦେଇ ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ଏମାନେ ଦାବି କରିଥିଲେ.