April 26, 2026

ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାର ବିଚାର ପାଇଁ, ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ମାମଲା ରୁଜୁ କରିଲା ଉତ୍କଳୀୟମ୍ ଫାଉଣ୍ଡେସନ

IMG-20250716-WA0018
Share

 

ରଣପୁର/ବୋଲଗଡ /ରାଜସୁନାଖଳା, (ତା.୧୬.୦୭.୨୦୨୫).,

ଫକୀର ମୋହନ ୟୁନିଭରସିଟି ବାଲେଶ୍ୱର ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ନିବେଦନ ପରେ ପ୍ରଶାସନ କିମ୍ବା ରାଜ୍ୟସରକାର ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଫଳରେ ସେ ଅସହାୟ ହୋଇ ନିଜଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା l ଫଳରେ ତାର ଶରୀରର ୯୦ପ୍ରତିଶତ ଜଳିଯାଇଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଉକ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟ ହୁଳସ୍ତୁଲ ହେଉଥିବା ବେଳେ ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଉଚିତ ନ୍ୟାୟ ନିମନ୍ତେ ସମଗ୍ର ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଓ ପ୍ରତିବାଦ ସଭା ହେଉଥିବା ବେଳେ ଆଜି ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି l (ଯାହାର ଡାଏରୀ କେଶ୍ ନଂ – 16641/IN/2025) ଅଟେ l ତତସହିତ ନିଜେ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ହିଁ ଉକ୍ତ ଘଟଣାର ଜାତୀୟ ମାନବିକ ଅଧିକାର କମିଶନଙ୍କ କୋର୍ଟରେ ଅଭିଯୋଗକାରୀ ଅଟନ୍ତି ଓ ସେ କହିଛନ୍ତି “ଉତ୍କଳୀୟମ୍ ଫାଉଣ୍ଡେସନ ହେଉଛି ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି” l ତେଣୁ ଉକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ସହ ମୃତକ ପରିବାରକୁ ପଚାଶ ଲକ୍ଷଟଙ୍କାର କ୍ଷତିପୂରଣ ପାଇଁ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ମାନ୍ୟବର ନ୍ୟାୟାଳୟରେ ପାର୍ଥନା ହୋଇଅଛି ରିପୋର୍ଟର ମାନସ ରଞନ କର