ଆଜିର ଖବର..
ରାଜ୍ୟରେ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ।
ଯେଉଁମାନେ ତିନିମାସ ଭିତରେ ଇ କେୱାଇସି ନକରିବେ, ତାଙ୍କ ରାସନ କାର୍ଡଗୁଡ଼ିକୁ କାଟି ଦେବେ ସରକାର।
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ।
ଓଡ଼ିଶା ବନ୍ଦ ପାଇଁ ୧୬ରେ ହେବାକୁ ଥିବା ଗୃହରକ୍ଷୀ ଶାରୀରିକ ପରୀକ୍ଷା ୧୮ ତାରିଖରେ ହେବ।
ଭୁବନେଶ୍ୱର ବିଏମ୍ସି ଅଫିସ୍ରେ ମରଣାନ୍ତକ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତ ଜାମିନ୍ ପାଇଗଲେ
ସୌମ୍ୟାଶ୍ରୀ ମୃତ୍ୟୁ ପାଇଁ ଆଜି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ବାଲେଶ୍ଵର କମିଟି ସଦସ୍ୟ ପ୍ରଫେସର ମିନତୀ ସେଠୀ କହିଲେ କେବଳ ହାରାସମେଣ୍ଟ ଅଭିଯୋଗ ଆଣିଥିଲା ଝିଅ, କିନ୍ତୁ ଆବ୍ୟୁଜ୍ ହୋଇନଥିଲା
ଭଦ୍ରକ ଦଇସିଂ ଆଦିବାସୀ ସାହିରେ ବିଦ୍ୟୁତ୍ ତାରକୁ ମାଡ଼ି ଦେବାରୁ ଚାଲିଗଲା ଜୀବନ, ଭଣଜାକୁ ବଞ୍ଚାଇବା ପାଇଁ ଯାଇ ମାମୁ ମୃତ।
ସୁନ୍ଦରଗଡ କୋଇଡାରେ ବୃଦ୍ଧା ରୋଗୀ ଚିକିତ୍ସା ପାଇଁ ପଡ଼ୋଶୀଙ୍କ ସାହାଯ୍ୟରେ ବଢ଼ିଲା ନାଳକୁ ଖଟିଆ ସାହାଯ୍ୟରେ ପାର କଲେ
ନୂଆପଡ଼ା ଜିଲ୍ଲା ବହଲଡ଼ିହି ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ। ମୃତକ ଭରତ ଲୋହାର
ମାଲକାନଗିରିରେ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ, ଆଗକୁ ଅଛି ଶାହୀଦ ସପ୍ତାହ
କନ୍ଧମାଳ ଜିଲ୍ଲା ରାଇକିଆର ସୁଜାତା ନାୟକ ଦାଦନ ଖଟିବାକୁ କେରଳ ଏର୍ଣ୍ଣାକୁଲମ ଯାଇଥିଲେ। ଫେରିଲା ମୃତଦେହ।
ସୁବର୍ଣ୍ଣପୁର ଜିଲ୍ଲା ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ କ୍ଷେତିଙ୍କ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ।
ପଞ୍ଜାବରେ ୧୦୦୦ରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ବାତିଲ। ୟୁଜିସି ନୀତି ଉଲ୍ଲଂଘନ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ।
ଦିଲ୍ଲୀରେ ସରକାରୀ ଟଙ୍କାରେ ୧.୨୫ ଲକ୍ଷ ଟଙ୍କିଆ ଫୋନ୍ ଧରିବେ ମନ୍ତ୍ରୀ ଓ ୧.୫୦ ଲକ୍ଷ ଟଙ୍କିଆ ଧରିବେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ୭୨ ରୁ ଅଧିକ ବରିଷ୍ଠ ଅଧିକାରୀ, ପୂର୍ବତନ ଏବଂ ବର୍ତ୍ତମାନର ମନ୍ତ୍ରୀ ହନି ଟ୍ରାପ୍ ମାମଲାରେ ଫସିଛନ୍ତି। ଅଛି ଆପତ୍ତିଜନକ ଭିଡିଓ
ରେଲୱେର ନୂଆ ନିୟମ, ଆଧାର ଓଟିପି ବିନା ହୋଇପାରିବନି ତତ୍କାଳ ଟିକେଟ ବୁକିଂ
ଶୁଭ୍ରାଂଶୁ ଶୁକ୍ଳା ମହାକାଶରୁ ଫେରିଲେ , ସୁରକ୍ଷିତ ଭାବେ ପ୍ରଶାନ୍ତ ମହାସାଗରରେ ଅବତରଣ କଲେ।
୨୦୨୬ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ, ୨୦୨୫ ରୁ ଆରମ୍ଭ ହୋଇଛି। ଶେଷ ତାରିଖ ୩୧ ଜୁଲାଇ, ୨୦୨୫
ଦୁବାଇରେ କେରଳୀ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ
ୟେମେନରେ ଫାଶୀ ପାଇବାକୁ ଥିବା କେରଳୀ ନର୍ସ ନିମିଶା
ପ୍ରିୟାଙ୍କୁ ସାମୟିକ ଆଶ୍ୱସ୍ତି। ସ୍ଥଗିତ ରହିଲା ଫାଶୀଦଣ୍ଡ
ଆଜି ବିଶ୍ୱ ସର୍ପ ଦିବସ
ଆଜି ଜନ୍ମଦିନ: ଧନରାଜ ପିଲାଇ (ହକି), କ୍ୟାଟ୍ରିନା କୈଫ, ବିଜୟ ମିଶ୍ର (ଲେଖକ)
ଇତିହାସରେ ଆଜି: (୧୮୫୬) ହିନ୍ଦୁ ବିଧବା ପୁନର୍ବିବାହ ଆଇନ ପାସ ହେଲା/ (୧୯୫୧) ନେପାଳ ସ୍ବାଧୀନ ହେଲା/ (୧୯୯୫) ଆମାଜନ ସାଇଟ ପ୍ରଥମ ବହି ବିକ୍ରି କଲା/ (622) ମକ୍କାରୁ ମଦିନା ଯାତ୍ରାକଲେ ମହମ୍ମଦ
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
