October 5, 2024

ମହାନ ମଣିଷର ପୂର୍ଣ୍ୟ ତିଥିରେ ଯୋଗଦାନ କରି ମୁଁ ନିଜକୁ ଭାଗ୍ୟଶାଳୀ ମାନେ କରୁଛି — ମାନ୍ୟବର ରାଜ୍ୟପାଳ..

Share

 

ଅସ୍ତରଙ୍ଗ,,ମୁଁ ଏହି ମହାନ ମଣିଷକୁ ଦେଖି ନାହିଁ । କିନ୍ତୁ ଏତିକି ମୁଁ ଜାଣିଛି,ସ୍ୱୋର୍ଗତ ସୁରେନ୍ଦ୍ରନାଥ ସଦାବେଳେ ମୂଳ ରାଜନୀତିକୁ ଗୁରୁତ୍ଵ ଦେବା ସହ,ତାଙ୍କର ରାଜନୈତିକ ଜୀବନ ଖିବ୍ ଶରଳ ସୁନ୍ଦର ଥିଲା । ଓଡ଼ିଶାର ଗରିବ,ଶୋଷିତ, ଓ ବଞ୍ଚିତ ମାନଙ୍କ ଜୀବନ ଉଦ୍ଧାର କାର୍ଯ୍ୟରେ ସେ ନିଜକୁ ଲିପ୍ତ ରଖି ସେମାନଙ୍କ କଥାକୁ ,ତାଙ୍କର ଜନ ପ୍ରତିନିଧି ହେଉ କି ସରକାର ଙ୍କର ପ୍ରତିନିଧି ଭାବେ ଦାୟିତ୍ବ ବହନ କରି ,ଜନତା ଙ୍କର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ସୁରେନ୍ଦ୍ରନାଥ ନାୟକ ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବିର ଦାସ ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଦିନ,ଅସ୍ତରଙ୍ଗ ବେଳାଭୂମି ନିକଟ, ପିର ଯାହାନିଆଁ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ଭର ପୁର ଜନ ସମାବେରେ ଯୋଗଦାନ କରି ମାନ୍ୟବର ରାଜ୍ୟପାଳ, ସୁରେନ୍ଦ୍ରନାଥ ଙ୍କ ସ୍ମୃତି ରେ ପ୍ରକାଶ ପାଇଥିବା ଏକ ପୁସ୍ତକ “ସେବାର ସାରଥୀ ” ଉନ୍ମୋଚନ କରିବା ପରେ,ସୁରବାବୁ ୧୯୬୦ ମସିହାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ହୋଇ ପରିବା ସହ,ସେ କିପରି ସରକାର ଙ୍କର ଜନପ୍ରତିନିଧି ହୋଇ ମନ୍ତ୍ରୀ ପଦ ଅଳଙ୍କୃତ କରିପାରି ଥିଲେ ସେ ବିଷୟରେ ଆଲୋକ ପାତ କରିଥିଲେ । ଏହି ସମାବେଶେ ରେ ସ୍ୱୋର୍ଗତ ନାୟକ ଙ୍କ ପରିବାର,ଜନସାଧାରଣ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମୋର ଶୁଭେଛା ଜଣାଇବା ସହ,ଶ୍ରୀ ନାୟକ ଙ୍କୁ ମୋର ଶ୍ରଦ୍ଧା ସୁମନ ଜଣାଉ ଅଛି ବୋଲି ପ୍ରକାଶ କରିଥିଲେ ।

ଅପର ପକ୍ଷରେ,ପୂର୍ବତନ ମନ୍ତ୍ରୀ ,ଶ୍ରୀକାନ୍ତ ଜେନା,ପଞ୍ଚାନନ କାନୁନଗୋ,ବବି ଦାଶ,ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ,କମ୍ୟୁନିଷ୍ଟ ନେତା ଆଶିଷ କାନୁନଗୋ,ବି ଜେ ପି ନେତା କୃଷ୍ଣ ଜଗଦେବ,ରମା ରଞ୍ଜନ ବଳିଆର ସିଂ, କଂଗ୍ରେସ କୃଷକ ସେଲ ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୁବ ନେତା ସୁବ୍ରତ ଛାଟୋଇ ,ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ, ସ୍ୱୋର୍ଗତ ନାୟକ ଙ୍କ ରାଜନୈତିକ ଓ ଜନସେବା ,ଜନହିତକର କାର୍ଯ୍ୟ ଉପରେ ବ୍ୟକ୍ତବ୍ ରଖ୍ ଥିଲେ । ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ରାଉତରାୟ, ଆଇ ଏ ଏସ , ଅସ୍ତରଙ୍ଗ, ବ୍ଲକ ବି ଡି ଓ,ସସ୍ମିତା ବେହେରା, ପୋଲିସି ବିଭାଗର ବରିଷ୍ଠ କର୍ମଚାରୀ ,ଙ୍କ ସମେତ ହଜାର ହଜାର ଜନତା ସୁରଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ ।(ଦୁଃଶାସନ ନାୟକ ,ଅସ୍ତରଙ୍ଗ)