October 5, 2024

ଦିଶା ଆୟୁର୍ବେଦ ଦ୍ଵାରା ‘ସଂଯୋଗ (ଚିକିତ୍ସକ ସମ୍ମିଳନୀ)’ ଆୟୋଜିତ

Share

 

ରାୟଗଡା :ଓଡ଼ିଶା ର ପ୍ରତିଷ୍ଠିତ ଆୟୁର୍ବେଦ ନିର୍ମାଣକାରି ସଂସ୍ଥା ‘ଦିଶା ଆୟୁର୍ବେଦ’ ଦ୍ଵାରା ସ୍ଥାନୀୟ ସୋଣ୍ଢିକ ମଙ୍ଗଳ ଭବନ ପରିସର ରେ ଦିଶା ଆୟୁର୍ବେଦ ର ଉପଦେଷ୍ଟା ଗୌତମ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ‘ସଂଯୋଗ(ଚିକିତ୍ସକ ସମ୍ମିଳନୀ)’ କୁ ପ୍ରଦୀପ ପ୍ରଜ୍ଜ୍ୟୋଳନ ପୂର୍ବକ ଜନ କଲ୍ୟାଣ ଆଶ୍ରମ ର ପିଠାଧିଶ ସ୍ବାମୀ ଜାନକାନନ୍ଦ ଗିରି ଉଦ୍ ଘାଟନ କରିଥିଲେ। ଓଡ଼ିଶା ର ବିଶିଷ୍ଟ ସମାଜସେବୀ ତଥା ପ୍ରକୃତି ବନ୍ଧୁ ପ୍ରମୋଦ କୁମାର ସାହୁକାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଚରକ ବୈଦ୍ୟ ସଂଘର ଉପଦେଷ୍ଟା ଡକ୍ଟର ଗୌରାଙ୍ଗ ଚରଣ ରାଉତ, ଚରକ ବୈଦ୍ୟ ସଂଘର ସଭାପତି ଚତୁର୍ଭୁଜ ଧାଙ୍ଗଡା ମାଝୀ, ଅନ୍ୟାନ୍ୟ ପଛୁଆ ବର୍ଗ ର ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୁଷ ଚିକିତ୍ସକ ଡାକ୍ତର ସୁଚିସ୍ମିତା ସାହୁ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଦିଶା ଆୟୁର୍ବେଦ ର ପ୍ରବନ୍ଧ ନିର୍ଦ୍ଦେଶକ ଓଡ଼ିଶା ର ସୁନାମ ଧନ୍ୟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଦେବଦତ୍ତ ସାମନ୍ତରାୟ ଯୋଗ ଦେଇ ଆମ ବାଡି ବଗିଚା ରେ ଥିବା ବୃକ୍ଷଲତା ର ତଥା ରୋଷେଇ ଘରେ ଥିବା ମସଲା ସାମଗ୍ରୀ ର ଔଷଧୀୟ ଗୁଣ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଉତ୍ତମ କୁମାର ଦାସ ସଂଯୋଜନା କରିଥିବା ବେଳେ ଦିଶା ଆୟୁର୍ବେଦ ର ସତ୍ଵାଧିକାରୀଣି ଶ୍ରୀମତୀ ପ୍ରଭାସିନୀ ସାମନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଦିଶା ଆୟୁର୍ବେଦ ତରଫରୁ ବିଭିନ୍ନ କ୍ଷେତ୍ର ରେ ସାଥୀ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ‘ସଂଯୋଗ ସମ୍ମାନ ୨୦୨୪’ ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଶତାଧିକ ବୈଦ୍ୟ ମାନଙ୍କୁ ଉତ୍ତରୀୟ ଏବଂ ପ୍ରଶଂସା ପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରା ଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିବା ସହ ଆୟୁର୍ବେଦ ଭାରତ ର ଭବିଷ୍ୟତ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଚରକ ବୈଦ୍ୟ ସଂଘ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ