October 5, 2024

ଦୁର୍ଗୀ ଠାରେ ଗୁଣ୍ଡିଚା ଯାତ୍ରା ପାଳନ 

Share

 

ରାୟଗଡା : ବିଷମକଟକ ବ୍ଲକ ର ଦୁର୍ଗୀ ପଞ୍ଚଯାତ ସଦର ମୋହକୁମା ଠାରେ ଥିବା ଗୁଣ୍ଡିଚା ମନ୍ଦିର ରେ ନୀତିକାନ୍ତି ସଅଳ ସହ ଶାନ୍ତିଶୃଙ୍ଖଳିତ ଭାବେ ମହାଶମାରୋହ ରେ ଗୁଣ୍ଡିଚା ଯାତ୍ରା ସମାପନ ହୋଇଯାଇଛି ଳ ଠିକ 10 ବର୍ଷ ପୂର୍ବେ 2014 ରେ ଦୁର୍ଗୀ ଠାରେ ସୁଧୀର ଦାସ ସ୍ଥାନୀୟ ଜନସାଧାରଣ ଙ୍କ ର ସହଯୋଗ ରେ ରଥ ଯାତ୍ରା ଆରମ୍ବ କରିଥିଲେ l ଶ୍ରୀ ଦାସ ଦୁର୍ଗୀ ଠାରେ ମାତ୍ର ଦୁଇ ବର୍ଷ ମଧ୍ୟରେ ଜଗନ୍ନାଥ ମନ୍ଦିର ନିର୍ମାଣ ସମାପ୍ତ କରି ମନ୍ଦିର ପ୍ରତିଷ୍ଠା କରାଇଥିଲେ ଓ ମନ୍ଦିର ର ଉନ୍ନତି କରିବାରେ ଲାଗିଛନ୍ତି l ସୋମବାର ଦିନ ପବିତ୍ର ବାହୁଡା଼ ଯାତ୍ରା ଅବସୋର ରେ ଗୁଣ୍ଡିଚା ମନ୍ଦିର ରର ଶ୍ରୀଜୀଉ ଙ୍କ ମଙ୍ଗଳ ଆଳତୀ, ଅବକାଶ, ସକାଳ ଧୂପ ଓ ସମସ୍ତ ନୀତିକାନ୍ତି ପୂଜାର୍ଚନା ପରେ ଖେଚୁଡ଼ି ଭୋଗ ଲାଗିହୋଇଥିଲା l ସେବାୟତ ଓ ମନ୍ଦିର ପୂଜକ ମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଧାଡି ପହଣ୍ଡି କରି ରଥ ଚାରିପାର୍ଶ୍ଵ ରେ ପରିକ୍ରମା କରାଇ ରଥରେ ବିଜେ କରାଇଥିଲେ l ପରେ ପରେ ମୁଖ୍ୟ ସେବକ ସୁବାସ ପଣ୍ଡା ଛେରା ପହଁରା କରିଥିଲେ l ପରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଝିପି ଝିପି ବର୍ଷା ସ୍ୱତେ ମଧ୍ୟ୍ୟ ଭକ୍ତ ମାନେ ରଥ କୁ ଟାଣି ଟାଣି ଜଗନ୍ନାଥ ମନ୍ଦିର ଠାରେ ପହଂଚିଥିଲେ l ଭିଡ଼ କୁ ନିୟନ୍ତ୍ରଣ ପାଇଁ ବିଷମକଟକ ପୋଲିସ ପକ୍ଷରୁ ଆଇଁଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ