ଚୁଡ଼ା ଗ୍ରାମଠାରୁ ବରହମ୍ପୁରା ଗ୍ରାମ୍ୟ ଉନ୍ନୟନ ରାସ୍ତା ବିପର୍ଯ୍ୟସ୍ତ।
ଚୁଡ଼ା ଗ୍ରାମଠାରୁ ବରହମ୍ପୁରା ଗ୍ରାମ୍ୟ ଉନ୍ନୟନ ରାସ୍ତା ବିପର୍ଯ୍ୟସ୍ତ।
ବୋଲଗଡ,୧୬/୦୭ (ଉପାନ୍ତ ଓଡିଶା)ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣମାନଙ୍କ ସୁଗମ ଗମନା ଗମନ ପାଇଁ ପିଚୁରାସ୍ତା ଓ କଂକ୍ରିଟ ସଡକ ନିର୍ମାଣରେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ପୂର୍ବରୁ କାର୍ଯ୍ୟ ଆରମ୍ଭ,କାର୍ଯ୍ୟ ଶେଷ ଓ କାର୍ଯ୍ୟର ମରାମତି ଅବଧି ରହିଅଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟର ନିୟମ ସମ୍ପର୍କ ଓ କାର୍ଯ୍ୟର ସଠିକ୍ ତଦାରଖ କରିବା ପାଇଁ ପ୍ରତି ବ୍ଲକ ଗୁଡ଼ିକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରହିଅଛନ୍ତି। ସାଧାରଣ ଲୋକଙ୍କ ଟିକସରେ ରାସ୍ତା ନିର୍ମାଣ କାର୍ଯ୍ୟର ସଫଳ ରୂପାୟନ ଦିଗରେ ବିଭିନ୍ନ ଅଧିକାରୀ ନିୟୋଜିତ ହୋଇ ନିର୍ମାଣ କାର୍ଯ୍ୟ ସୁପରିଚାଳନା କରିଥାନ୍ତି। ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଅଞ୍ଚଳରେ ।ଖୋର୍ଦ୍ଧା- ବଲାଙ୍ଗୀର ୫୭ନମ୍ୱର୍ ଜାତୀୟ ରାଜପଥର ଚୁଡ଼ାଗ୍ରାମ ଛକଠାରୁ ରୋଳସିଂହ ଗ୍ରାମ ଦେଇ ବରହମ୍ପୁରା ଗ୍ରାମପର୍ଯ୍ୟନ୍ତ ୯କି.ମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । ୩ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତା ଉପରେ ସିମେଣ୍ଟ କଂକ୍ରିଟ ରୋଡ ଦୁଇ ଫାଳ ହେବା,ପିଚୁଛାଡ଼ି ଖାଲଖମା ହେବା ସହିତ ରାସ୍ତା କାମ ସମୟରେ ରାସ୍ତାର ନାଳ ଉପର ସମ୍ପୁର୍ଣ୍ଣ ନିର୍ମାଣ ନକରିବାରୁ ବଡ଼ବଡ଼ ଖାଲ ହୋଇ ପଡ଼ିରହିଛି।ଦୀର୍ଘ ୯ କି .ମି. ରାସ୍ତା ଉପରେ ୧୫ଗୋଟି ଗ୍ରାମର ଲୋକ ଯାତାୟାତ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଅଟେ। ପ୍ରତିଦିନ ଏହି ରାସ୍ତା ରେ ହଜାର ହଜାର ଲୋକ ଯାତାୟାତ କରୁଅଛନ୍ତି । ଏହି ଦୀର୍ଘ ଲମ୍ବା ଏବେ ରାସ୍ତା ବେହଲ ହୋଇ ପଡ଼ିଥିବାରୁ ଲୋକ ମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଅଛନ୍ତି।ରାସ୍ତା ନିର୍ମାଣ ସମୟରେ ରାସ୍ତା ନିମ୍ନ ମାନର ହୋଇଥିବା ନେଇ ରୋଲସିଂହ ଗ୍ରାମ ବାସୀମାନେ ବିଭାଗୀୟଉଚ୍ଚ ଅଧିକାରୀ ନିକଟରେ ଅଭିଯୋଗ କରିଥିଲେ।ବିଭାଗୀୟ ଅଧିକାରୀ ଏହାକୁ ତଦନ୍ତ କରି ଫାଟି ଯାଇଥବା କଂକ୍ରିଟ ରାସ୍ତା ଉପରେ ପିଚୁ ପକ୍କା ଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ଛାଡ଼ି ଯାଇ ଖାଲ ହୋଇଥିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଅଛନ୍ତି। ଏହି ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ରବୀନ୍ଦ୍ର କୁମାର ବଡ଼ଜେନା,ରମେଶ ଚନ୍ଦ୍ର ପ୍ରଧାନ, ବଂଧୁ କୁମାର ଭୋଳ,ରଘୁନାଥ ଜେନା, କୈଳାସ ଚନ୍ଦ୍ର ମୁଦୁଲି, ପ୍ରଫୁଲ୍ଲ କୁମାର ମହାରଥା , ବଟକୃଷ୍ ଜୟସିଂହ ସମେତ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)