April 3, 2025

କବାଡି ପିକଆପ ଭ୍ୟାନ ଚାପରେ ୪ ବର୍ଷର ଶିଶୁକନ୍ୟା ମୃତ —

Share

କବାଡି ପିକଆପ ଭ୍ୟାନ ଚାପରେ ୪ ବର୍ଷର ଶିଶୁକନ୍ୟା ମୃତ — ——-

 

ଆଜି ଏକ କବାଡି ପିକଆପ ଭ୍ୟାନ ଚାପରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି , ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗାଣ୍ଡାଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସକାଳୁ ସକାଳୁ ଗାଁକୁ ପୁରୁଣା ଲୁହା କୁ ଆଳୁ ପିଆଜ ବଦଳ କରିବା ପାଇଁ ଏହି ପିକ ଆପ ଭ୍ୟାନ ଯାଇଥିଲା ଗାଁର ଲୁସୀୟାନ ନାୟକ ଗାଡିରୁ ଲୁହାକୁ ଆଳୁ ବଦଳ କରିବା ପରେ ଭ୍ୟାନ ଟି ଆଗକୁ ନେଇଥିଲା । ସେହି ସମୟର କୁସୀୟାନ ଙ୍କ ଶିଶୁଟି ଚକ ତଳେ ରହିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଶିଶୁର ପ୍ରାଣ ବାୟୁ ଚାଲିଯାଇଥିଲା । ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଛି ଖବର ପାଇ। ଅଡବା ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ପରିସ୍ଥିତି କୁ ଶାନ୍ତ କରିବାକୁ ଚେଷ୍ଟା କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।