March 12, 2026

ମୋହନା ବ୍ଲକ ର ଧାଡ଼ିଆମ୍ୱ ପଞ୍ଚାୟତରେ ଗଜପତି ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …

IMG-20250616-WA0057
Share

ଆଜି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୋହନା ବ୍ଲକ ଅନ୍ତର୍ଗତ ଧାଡ଼ିଆମ୍ବ ପଞ୍ଚାୟତ ଗୃହ ଠାରେ ଗଜପତି ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତିରେ ଅଞ୍ଚଳ ର ଲୋକଙ୍କ ଅଭିଯୋଗ ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶଙ୍କର କେରକେଟା, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ସ୍ଥାନୀୟ ଯୋଗାଣ ଅଧିକାରୀ, ବ୍ଲକ ର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରସାଦ ପଣ୍ଡା, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ସମସ୍ତ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ସମୟରେ ନିକଟସ୍ତ ଯୁଡ଼ାଆମ୍ବ ଗ୍ରାମ କୁ ଅଚାନକ ଗସ୍ତ କରି ବିଭାଗ ଦ୍ଵାରା ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ବୁଲି ତଦାରଖ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ସମୟରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ କି ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ଝାଡାବାନ୍ତି ଆକ୍ରାନ୍ତ ହେଉଛନ୍ତି ଯେମିତି ଗଜପତି ଜିଲ୍ଲା କୁ ନ ଆସିବ ତାହାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।