ଜିଲ୍ଲା ସ୍ତରୀୟ କବୀର ପ୍ରକଟ ମହୋତ୍ସବ ପାଳିତ……..
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମ ଠାରେ ଜିଲ୍ଲା ମାନିକପୁରୀ ପନକା ସମାଜ ପକ୍ଷରୁ କବୀର ପ୍ରକଟ ମହୋତ୍ସବ ପାଳନ ହୋଇଥିଲା। ଉତ୍ସବ ପାଳନ ସକାଳ ୭. ୦୦ ଘଟିକାରୁ ଗୁରୁମାହିମା ପାଠ କରାଯାଇ ଆରମ୍ଭ କରାଯାଇଥିଲା। ପୂର୍ବାହ୍ନ ୧୧. ୦୦ ଘଟିକା ଠାରୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ଗ୍ରାମ ପରିକ୍ରମା କରି ମହଣ୍ଡି କବୀର ପୋଖରୀକୁ ଯାଇଥିଲେ। ସେଠାରେ ମହନ୍ତ ବେଣୁ ଦାସ ଓ ଦେୱାନ ଲୟଦାସ ଜଳ ଚୌକା କରିଥିଲେ। ପରେ ୧୨. ୩୦ ରେ ମହନ୍ତ ଗଣେଶ୍ୱର ଦାସ ଓ ଦେୱାନ କୁନଦାସ ମହଣ୍ଡି କୁଟୀ ଚୌକା କରିଥିଲେ। କଳସ ଯାତ୍ରା ପ୍ରତ୍ୟାବର୍ତନ ପରେ କୁସୁମି କବୀର କୁଟୀର ଠାରେ ମହନ୍ତ ମାନଙ୍କ ଦ୍ୱାରା ପ୍ରବଚନ ପ୍ରଦାନ କରାଯାଇଥିଲା। ଏହା ପରେ ମହନ୍ତ ଖଗଦାସ ଓ ଦେୱାନ ରମେଶ ଦାସ ଙ୍କ ଦ୍ୱାରା ଚୌକା ଆରତୀ କରାଯାଇଥିଲା। କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ସାଂସଦ ଇଞ୍ଜିନିଅର ବଳଭଦ୍ର ମାଝୀ ଙ୍କ ସହିତ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ, ଜିଲ୍ଲାପରିଷଦ ସଭ୍ୟା ଯମୁନା ଗଣ୍ଡ, ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ନିବେଦିତା ମହାନ୍ତି, ଗୁରୁସିଙ୍ଗା ଗ୍ରାମପଂଚାୟତ ସରପଞ୍ଚ ମୋହନ ନାୟକ, ସମିତି ସଭ୍ୟା ପଦ୍ମା ପାଣ୍ଡେ, ବେଲଗାଁ ସରପଞ୍ଚ ଥବୀର ପୂଜାରୀ, ଆତ୍ମା ଅଧ୍ୟକ୍ଷ ଚିତ୍ରପ୍ରସାଦ ତିୱାରୀ, ପ୍ରିୟରଞ୍ଜନ ଦାସ, ଅଶୋକ କୁମାର ମୂର୍ତ୍ତି, ଗଣପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ମାନିକପୁରୀ ପନକା ସମାଜର ସଭାପତି ନୀଳାମ୍ବର ପନକା ସଭାପତିତ୍ୱ କରିଥିଲେ। ସେଠାରେ ଜିଲ୍ଲାର ଝରିଗାଁ, ଉମରକୋଟ, ରାଇଘର, ଡାବୁଗାଁ, କୋଷାଗୁମୁଡା, ନବରଙ୍ଗପୁର, ପାପଡାହାଣ୍ଡି ଏହି ସାତ ଗୋଟି ବ୍ଲକର ବ୍ଲକ ସଭାପତି ସମ୍ପାଦକ ସନ୍ଥ, ମହନ୍ତ ଓ ଶତାଧିକ କବିରପନ୍ଥୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଝରିଗାଁ ବ୍ଲକ ସଭାପତି ଲଷ୍ମୀଧର ପନକା ପରିଚାଳନା କରିଥିଲେ। ପିତମ ପନକା, ଶଙ୍କର ଦାସ ପନକା,ପିଲାବାବୁ ପନକା,ଭରଣ୍ଡୀପାରା ବଂଶୀଧର ପନକା, ମନସାୟ ପନକା,ପଦ୍ମନାଭ ପନକା,ଲାବଣ୍ୟବତୀ ପନକା, ଲଇଖନ ପନକା, ଦୁର୍ଯ୍ୟୋଧନ ଦାସ, ଲାଲଦେଇ ପନକା, ହରିବନ୍ଧୁ ପନକା, ପ୍ରଫୁଲ୍ଲ ନାୟକ, ଯଜ୍ଞ ପନକା, ଲଛମନ ପନକା, ସମ୍ପତ ପନକା, ଚୈତନ୍ୟ ପନକା ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ ।
