March 10, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ତହସିଲଦାରଙ୍କୁ ବଣିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ…….

IMG-20250616-WA0038
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ସରକାରୀ ଜାଗାରେ ଥିବା କିଛି ଦୋକନ ଗୃହକୁ ଉଛେଦ ପାଇଁ ଝରିଗାଁ ତହସିଲ ପକ୍ଷରୁ ନୋଟିସ ଜାରି କରିଥିବା ବେଳେ ଉଛେଦ ନକରିବା ପାଇଁ ଝରିଗାଁ ବଣିକ ସଙ୍ଘ ପକ୍ଷରୁ ଝରିଗାଁ ତହସିଲଦାରଙ୍କ ଜରିଆରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଝରିଗାଁ ବ୍ଲକ ସଦର ମହକୁମା ଠାରେ ଅଧିକାଂଶ ଦୋକାନ ଗୃହ ସରକାରୀ ଜାଗାରେ ରହିଥିବା ବେଳେ ଉଛେଦ ପ୍ରକ୍ରିୟା ଆରମ୍ଭ ହେଲେ ବ୍ୟବସାୟୀ ମାନେ ବହୁ ମାତ୍ରାରେ ଆର୍ଥିକ କ୍ଷତି ସହିବା ସହ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ।ତେଣୁ ସରକାରଙ୍କ ନିୟମ ଅନୁସାରେ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିବା ସହ କୋହଳ ମାନଭାବ ପୋଷଣ କଲେ ବ୍ୟବସାୟୀ ଏବଂ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହୋଇ ପାରିବ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଥିଲା। ଦାବି ପତ୍ର ପ୍ରଦାନ ବେଳେ ଝରିଗାଁ ବଣିକ ସଂଘର କର୍ମକର୍ତ୍ତା ସହ ବହୁ ସଦସ୍ୟ ଉପସ୍ଥିତ ରହି ଉଛେଦ ନକରିବା ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ।