June 26, 2024

ଲେଟ୍ସ ୱାକ୍ ଟୁଗେଦର ସାମାଜିକ ସଂଗଠନର ରଜ ମହୋତ୍ସବ* *ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ*

Share


*ବିଧାୟକ ଭାବେ ପ୍ରଥମ କାର୍ଯକ୍ରମରେ ଯୋଗଦେଲେ ଗୌରୀ ମାଝୀ*

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଓଡ଼ିଆ ପରମ୍ପରା, ପିଠା, ମିଠା, ପାନ ଓ ଦୋଳି ସଂସ୍କୃତି ର ଅପୂର୍ବ ପର୍ବ ରଜ ମହୋତ୍ସବ ଓଡ଼ିଶାର ରାଜ୍ୟ ସ୍ତରୀୟ ସମାଜସେବୀ ସଂଗଠନ “ଲେଟ୍ସ ୱାକ୍ ଟୁଗେଦର” ଆନୁକୂଲ୍ୟରେ ସ୍ଥାନୀୟ ବଣିକ ସଂଘ କଲ୍ୟାଣ ମଣ୍ଡପ ରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ର ନୂତନ ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ମୋ ବିଧାୟକ ଜୀବନର ପ୍ରଥମ କାର୍ଯ୍ୟକ୍ରମ ଓ ଏଥିପାଇଁ ଏହି ଅନୁଷ୍ଠାନ ସବୁବେଳେ ମୋର ସ୍ମୃତି ରେ ରହିବ ବୋଲି କହିଥିଲେ। ରଜ ପର୍ବ ଓଡ଼ିଶା ମାଟିର ପ୍ରମୁଖ ଉତ୍ସବ ଓ ଏଭଳି ସାମାଜିକ ସଂଗଠନ ଏହି ଉତ୍ସବ ପାଳନ କରିବାରେ ଜିଲ୍ଲାରେ ସର୍ବପ୍ରଥମ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବଣିକ ସଂଘ ସଭାପତି ମାନସ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ କିଶୋର ନାୟକ, ମୁମ୍ବାଇ ଉତ୍କଳ ସମିତି ର
ଉପ ସଭାପତି ସୂର୍ଯ୍ୟ ନାରାୟଣ ଗୌଡ଼, ଜିଲ୍ଲା ପ୍ରଶାସନ ପକ୍ଷରୁ ହିମାଂଶୁ ପଟ୍ଟନାୟକ ଓ ରାଜ୍ୟ ଅମଲା ସଂଘ ସଭାପତି ତ୍ରିପତୀ ବାଲାଜୀ ସାହୁ, ନଗର ପାଳ କୁନୁ ନାୟକ, ଡଃ ବିଜୟ କୁମାର ମିଶ୍ର ଯୋଗଦେଇ ସାମାଜିକ “ଲେଟ୍ସ ୱାକ୍ ଟୁଗେଦର” ସମାଜର ସଂଗଠନ ସବୁ କ୍ଷେତ୍ରରେ ଅବହେଳିତ ଲୋକ ମାନଙ୍କୁ ସାହାଯ୍ୟ କରିବା ସହ ବିଶେଷକରି ରୋଗୀ ମାନଙ୍କୁ ଜରୁରୀ ଆବଶ୍ୟକ ସମୟରେ ରକ୍ତ ଦାନ କରୁଛି, ଆମ୍ବୁଲାନ୍ସ ସେବା ଓ ଅନ୍ୟ ଚିକିତ୍ସା ସହାୟତା ପ୍ରଦାନ କରି ଏକ ଆଦର୍ଶ ଅନୁଷ୍ଠାନ ପାଲଟିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଂଗଠନର ପ୍ରତିଷ୍ଠାତା ଅପରାଜିତା ଶତପଥୀ, ସଦସ୍ୟା ସୁଧା ଘଡେଇ ଓ ନିରୂପମା ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ଆଡମିନ୍ ରବୀନ୍ଦ୍ର ତ୍ରିପାଠୀ ସଂଗଠନ ର ଲକ୍ଷ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ମନୋଜ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆଡମିନ୍ ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ପାରମ୍ପରିକ ପିଠା, ଝୋଟି ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ପ୍ରତିଯୋଗିତା ର ବିଚାରପତି ଭାବେ ଶ୍ରୀମତୀ ଜେମାମଣି ବିଷୋୟୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ବାଣୀ ଆଚାର୍ଯ୍ୟ, ହେମଲତା ମାଝୀ, ଝରଣା ପଟ୍ଟନାୟକ ଓ ରଞ୍ଜିତା ପଟ୍ଟନାୟକ ଯୋଗଦେଇ ଥିଲେ। ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମାଜ ସେବା କ୍ଷେତ୍ରରେ ଅବଦାନ ରହିଥିବା ଆମେ ନବରଙ୍ଗପୁରିଆ ଗୃପର ଚିନୁ ପାତ୍ର ଓ ଗ୍ରୁପ ସଦସ୍ୟ , ଟିକିରି ର କାମେଶ୍ୱର ସାହୁ ଓ ଚୈତନ୍ୟ ନାୟକ, ରାୟଗଡ଼ାର ମୁକୁନ୍ଦ ବିଷୋୟୀ, ନବରଙ୍ଗପୁର ର ଜଗନ୍ନାଥ ମହାପାତ୍ର, ଅଖିଳ ଭଟ୍ଟ, ନବୀନ ସାଧୁ, ମନୋଜ ପଟ୍ଟନାୟକ, ଜଗନ୍ନାଥ ଭତ୍ରା, ନୂଆପଡ଼ାର ଗୋପାଳ ଦାଶ ଓ ପ୍ରଦୀପ୍ତ ଫିଣ୍ଡିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନ ସହିତ ରାଜ୍ୟ ସହାୟିକା କେନ୍ଦ୍ର “ସଖୀ” ତରଫରୁ ଆଇନଜୀବୀ କିଶୋରୀ ପଟ୍ଟନାୟକ ଓ ଅନ୍ୟ ସଦସ୍ୟମାନେ, “ନାରୀ ଶକ୍ତି” ର ସ୍ୱର୍ଣ୍ଣଲତା ପଟ୍ଟନାୟକ, ଜେମାମଣି ବିଷୋୟୀ, କିଶୋରୀ ପଟ୍ଟନାୟକ, ସୁନନ୍ଦିନୀ ତ୍ରିପାଠୀ, କିଶୋରୀ ପଟ୍ଟନାୟକ, ହେମଲତା ମାଝୀ, ସୁଶୋଭିତା ମେରିଲିନ ତୁରୁକ,ଜିଲ୍ଲା କିନ୍ନର ସଂଘର ସଦସ୍ୟମାନେ ଡଃ ବିଜୟ କୁମାର ମିଶ୍ର, ଓ ଜିଲ୍ଲା କିନ୍ନର ସଂଘ ପ୍ରାୟୋଜିତ କରିଥିଲେ। ସଂଗଠନର ସଦସ୍ୟ ନିରଞ୍ଜନ ନାୟକ, ବବିତା ସାହୁ, ସୁନିତା ସାହୁକାର ଓ ଅନ୍ୟମାନେ ସହଯୋଗ କରିଥିଲେ। ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ରେ ସୁରେଶ ମିଶ୍ର, ସୀମା ପାଣିଗ୍ରାହୀ, ସୁଧା ଘଡେଇ, ଜ୍ୟୋତିର୍ମୟୀ ମହାପାତ୍ର, ନୀହାର ଟାକ୍ରୀ ଓ ସୁକୁମାର ସୁନା, ସୁରେଶ ମହାନ୍ତି, ଆନନ୍ଦ ଦାଶ, ଅଶୋକ ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ନିହାର ଟାକ୍ରୀ, ପ୍ରୀତି ବିଶୋଇ, ସଞ୍ଜୟ ପାରମାଣିକ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।