June 29, 2024

କାଶୀନଗର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ବର୍ଗତ ଉର୍ମିଳା

Share


କାଶୀନଗର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ବର୍ଗତ ଉର୍ମିଳା ବେହେରାଙ୍କ ସ୍ମୃତି ରେ ଆୟୋଜିତ ରଜ ମୋହତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଛି. ରଜ ଉତ୍ସବ ନିମନ୍ତେ ଏଠାରେ ଝୁଟି,ହୁଳହୁଳି, ସଂଗୀତ, ପୋଡ଼ ପିଠା ଓ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା.କାର୍ଯ୍ୟକ୍ରମ ଆରମ୍ଭରୁ ଶିକ୍ଷୟିତ୍ରୀ ସାବିତ୍ରୀ ରାଣୀ ସାହୁ ବନସ୍ତେ ଡାକିଲା ରଜ ସଙ୍ଗୀତ ଗାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଆୟୋଜକ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ ଓ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଓ ମୁଖ୍ୟ ବକ୍ତା ଭାବେ ବାରଣାସୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଓ ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମଞ୍ଚାସିନ ହୋଇଥିଲେ. ମଞ୍ଚାସିନ ଅତିଥି ରଜ ପର୍ବ ବିଷୟରେ ଉପସ୍ଥିତ ଥିବା ମହିଳା ମାନଙ୍କ ସମ୍ମୁଖରେ ବକ୍ତବ୍ୟ ରଖିଥିଲେ. କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଯେଉଁ ପାଞ୍ଚ ଜଣ ଛାତ୍ରୀ ପାଞ୍ଚୋଟି ବିଷୟରେ ବ୍ରହ୍ମପୁର ୟୁନିଭେର୍ସିଟିରେ ପ୍ରଥମ ସ୍ଥାନ ହାସଲ କରି କାଶୀନଗରକୁ ପ୍ରଂଶସା ଆଣି ଥିଲେ ସେମାନଂକୁ ଏହି କାର୍ଯ୍ୟକ୍ରମ ରେ ଉତ୍ତରୀୟ ସହ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆ ଯାଇଥିଲା. ଏଥି ସହ ବାରଣାସୀ ହାଇସ୍କୁଲ ର ଛାତ୍ରୀ ପୁଷ୍ପ ଲତା ସାହୁ ଏହି ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବାଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ରୁ ତାଙ୍କୁ ବାରଣାସୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବେହରା ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ. ସଭା ର ଅନ୍ତିମ ପର୍ଯୟ ରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇ ଥିଲା. କାଶୀନଗର ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରେସ କ୍ଲବ ସମ୍ପାଦକ ରାଜେଶ ମିଶାଲ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ. ବିଜୟ ଲକ୍ଷ୍ମୀ ବେହରା ନିଜେ ବନେଇ ଆଣିଥିବା ପୋଡ଼ ପିଠା ସମସ୍ତ ଅତିଥି ଓ ଉପସ୍ଥିତ ମହିଳା ମାନଙ୍କୁ ଆପ୍ୟାୟିତ କରିଥିଲା. ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା, ମିଶନ ଶକ୍ତି, ଅଙ୍ଗନବାଡି ଓ ଏସ ଏଚ ଜି ର କାର୍ଯ୍ୟ ରତ ମହିଳା ତଥା ଛାତ୍ରୀ ଓ କୁନି କୁନି ପିଲା ମାନେ ଉପସ୍ଥିତ ରହି କାଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ.