September 29, 2024

ମା ଦୁଆରଶୁଣିଙ୍କ ନିକଟରେ ଧୂମଧାମର ସହିତ ରଜ ମଉଜ ଚାଲିଛି ..

Share

ମା ଦୁଆରଶୁଣିଙ୍କ ନିକଟରେ ଧୂମଧାମର ସହିତ ରଜ ମଉଜ ଚାଲିଛି l
ଚିଲିକାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଦୁଆରଶୁଣି ପିଠ l ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ରଜପର୍ବ ଧୂମଧାମ ର ସହିତ ପାଳନ କରାଯାଉଛି l ଏହା ଠାକୁରାଣୀ ବୁଡ଼ ବସୁମତୀ ସ୍ନାନ ଦିନ ସମାପନ ହେବ l ମାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେଊଛି l ଏଠାରେ ପାଇକଆଖଡ଼ା, ଆତସବାଜି, ଯାତ୍ରା, ଗୀତିନାଟ୍ୟ ଇତ୍ୟାଦି ଦେଖିବା ପାଇଁ ଭିଡ଼ ଜମୁଛି l ପରମ ବୈଷ୍ଣବୀ ମା ଦୁଆରଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ କୋଉ ଆବାହନ କାଳରୁ ଦେବସଭାର ମହାଦେବୀ ବୋଲି କଥିତ ଅଛି l ଚିଲିକା ମଝିରେ ଛଅଖଣ୍ଡ ଗାଁ, ଗମ୍ଭାରୀ, ସାନବସନ୍ତପୁର, ଗୋଲପୁର, ଟୁଆ, ପୋଡାଦିହ, ଦୁଆରଶୁଣି ପାଟଣା ମଝିରେ ମା ଦୁଆରସୁଣୀଙ୍କ ମନ୍ଦିର l ଦୁଆରସୁଣୀ ପାଟଣାର ପାଟଣାକୁଦାରେ ମହାପ୍ରଭୁ ଜଗନ୍ନାଥ ବହୁବାର ବିଶ୍ରାମ ନେବାର କିମ୍ବଦନ୍ତୀ ଲିପିବଦ୍ଧ ହୋଇ ଅଛି l ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଏହି ଦୁଆରସୁଣୀ ପୀଠରେ ରଜପର୍ବରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ