July 5, 2024

ମନ୍ତ୍ରୀପଦ ଘୋଷଣା ପରେ ସମ୍ପଦ ସ୍ୱାଇଁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Share
  • ତିର୍ତ୍ତୋଲ ::- ରାଜ୍ୟରେ ବିଜେପି ଶାସନ ର ମୁଳୁଦୁଆ ପଡିସାରିଛି ! ଶପଥ ନେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ !ବିଭାଗ ବଣ୍ଟନ ସହିତ ଗଠନ ହେଇଛି ନୂତନ ମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ !ଜଗତସିଂହପୁର ଜିଲ୍ଲାରୁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ମିଳିଛି ଶିଳ୍ପ ଓ ଦକ୍ଷତା ବିକାଶ ବୈଷୟିକ ବିଭାଗ !ମନ୍ତ୍ରୀ ପଦ ଘୋଷଣା ହେବାପରେ ଶ୍ରୀଯୁକ୍ତ ସ୍ୱାଇଁ ପ୍ରଥମେ ଝଙ୍କଡବାସିନୀ ମା’ଶାରଳାଙ୍କୁ ପୂଜାର୍ଚନା କରିବାକୁ ଆସିଥିବା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି !ତିର୍ତ୍ତୋଲ ର ଶାରଳା ରୋଡ଼, ମଣିଜଙ୍ଗା, ରାହାମା, କୁଜଙ୍ଗ ପାରାଦ୍ୱୀପ ଆଦି ସ୍ଥାନରେ ମଣ୍ଡପ ସ୍ଥାପନା କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବାର ଦେଖିବାକୁ ମିଳିଥିଲା !ହଜାର ହଜାର କର୍ମୀଙ୍କୁ ଦେଖାକରି ଶ୍ରୀଯୁକ୍ତ ସ୍ୱାଇଁ ଆନନ୍ଦ ଗଦଗଦ ହୋଇ ପଡ଼ିଥିଲେ ! ତାଙ୍କ ବିଜୟର ଶ୍ରେୟ ଉପସ୍ଥିତ ଜନତାଙ୍କୁ ଦେଇଥିବାର ଘୋଷଣା କରିଥିଲେ ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା !