March 12, 2026

ଚାନ୍ଦିଲି ପୋଲିସର ବଡ ସଫଳତା ୧୨ଟି ମୋଟରସାଇକଲ, ୪ ମୋବାଇଲ ଓ ଲ୍ୟାପଟପ ଉଦ୍ଧାର

196cd668-9bfc-4881-b30d-3feb389a149b
Share

|

ରାୟଗଡା,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲା ଚାନ୍ଦିଲି ପୁଲିସକୁ ମିଳିଛି ବଡ ସଫଳତା । ବିଭିନ୍ନ ସ୍ଥାନରୁ ଚୋରି ହୋଇଥ୍‌ ୧୨ଟି ମୋଟରସାଇକଲ, ୪ଟି ମୋବାଇଲ ଓ ଗୋଟିଏ ଲ୍ୟାପଟପ ଉଦ୍ଧାର କରିଛି ଚାନ୍ଦିଲି ପୁଲିସ। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୬ ଜଣଙ୍କୁ କାବୁ
କରିଛି ପୁଲିସ । ଗିରଫ ବ୍ୟକ୍ତିମାନେ
ହେଲେ ରିବେଲକର ଗ୍ରାମର ସନ୍ତୁ ପାଲକା, କେ. ମାଲିଙ୍ଗା ଗ୍ରାମର ସିଧାନ୍ତ ମେଲକା ଓ ଶରତ ସାମଲ, ବାସନଗୁଡା ଗ୍ରାମର ଶ୍ରୀହରି ହୁଇ ୪ ଗିରଫଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି। ଚାନ୍ଦିଲି ଥାନାରେ ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଯଶୋବନ୍ତ ହିଆଲ। ଚାନ୍ଦିଲି ଥାନା ଅଞ୍ଚଳରେ ମୋଟରସାଇକଲ, ମୋବାଇଲ ଏବଂ ଲ୍ୟାପଟପ ଚୋରି ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀଙ୍କ ନେତୃତ୍ଵରେ ସ୍ଵତନ୍ତ୍ର ଦଳ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ
କରାଯାଇଥିଲା । ପୁଲିସ ଭାକୁରଗୁଡା ଗ୍ରାମରେ ଚଢଉ କରିଥିଲା । ସେହି ଗ୍ରାମର କିଛି ନାବାଳକ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବା ପରେ ସେମାନଙ୍କୁ ଥାନାରେ ଅଟକ ରଖ୍ ପଚରାଉଚରା କରିଥିଲା। ଗୋଟିଏ ପରେ ଗୋଟିଏ ଚୋରି ଘଟଣାର ପର୍ଦାଫାସ ହୋଇଥିଲା। ପୁଲିସ କୋଡାପେଟା
ଅଞ୍ଚଳରେ ରହୁଥିବା ଚୋରମାନଙ୍କୁ କାବୁ କରିବା ସହ ୧୨ଟି ମୋଟରସାଇକଲ ଉଦ୍ଧାର କରିଥିଲା। ସେମାନଙ୍କଠାରୁ ୪ଟି
ମୋବାଇଲ ଓ ଗୋଟିଏ ଲ୍ୟାପଟପ ମଧ୍ୟ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ ରାୟଗଡା ସହର ସମେତ ଆଖପାଖ
ଅଞ୍ଚଳରେ ଲଗାତାର ଚୋରି, ଛିନତାଇ ଓ ଲୁଟ ବୃଦ୍ଧି ପାଇଥିଲା।