ଖବର ଆଜିର
*ଖବର ଆଜିର*
*ତାରିଖ ୧୬/୦୬/୨୦୨୩ ଶୁକ୍ରବାର*
*୧- ଅଘୋଷିତ ବିଜୁଳି କାଟ ନେଇ ଟାଟା ପାୱାର ବିରୁଦ୍ଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।*
*୨- ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା।*
*୩- ଏସିଆନ୍ କ୍ରିକେଟ୍ କାଉନ୍ସିଲ୍ ଆଗାମୀ ଏସିଆ କପ୍ କ୍ରିକେଟ୍-୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୩ଟି ମ୍ୟାଚ୍ ଖେଳାଯିବ।*
*୪- ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଳ ନିୟୋଜନ କର’, ବଙ୍ଗଳାରେ ହିଂସାକୁ ନେଇ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ।*
*୫- ମହିମା ପୀଠର ହେବ ରୂପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ୧୧୨ କୋଟି ପ୍ରକଳ୍ପର ପ୍ରସ୍ତାବ ଦେଲେ ଜିଲ୍ଲାପାଳ।*
*୬- ଲୋକସଭା ନିର୍ବାଚନ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ; ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ନିର୍ବାଚନ।*
*୭- ଜୁନ୍ ଶେଷ ସୁଦ୍ଧା ପୁଣି ବିମାନ ପରିଚାଳନା ଆରମ୍ଭ କରିପାରେ ଗୋ ଫାଷ୍ଟ, ମହଙ୍ଗା ବିମାନ ସେବାରୁ ମିଳିବ ଆଶ୍ବସ୍ତି ।*
*୮- ଖାଉଟିଙ୍କ ପାଇଁ ଅସ୍ବସ୍ତି; ଖାଇବା ତେଲର ଆମଦାନୀ ଶ୍ଳୁକ ହ୍ରାସ କଲେ କେନ୍ଦ୍ର ସରକାର।*
*୯- ଜୁନ ୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସକାଳ ୮ଟାରୁ ୧୧ଟା ଯାଏଁ ବଡ଼ ଠାକୁରଙ୍କୁ ଦେଖିବେ ଭକ୍ତ।*
*୧୦- ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ବିବାଦ: ଆଉ ୩୩ ଶିକ୍ଷାବିତ୍ ନାମ କାଟିବାକୁ ଅନୁରୋଧ କଲେ।*
*୧୧- ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ ବିଫଳ କହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଆଇଟି ରାଷ୍ଟ୍ରମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। ।*
*୧୨- ବାହାନଗା ଟ୍ରେନ୍ ଦୁର୍ଘଟଣାର ୧୩ ଦିନ ପରେ ରେଳ ମନ୍ତ୍ରଣାଳୟ ଆଜି ଦକ୍ଷିଣ-ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତ୍ୟୁଲ ସିହ୍ନାଙ୍କୁ ବଦଳି କରିଛି।।*
*୧୩- ବିଶ୍ବ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ ପାଳିତ: ଦେଶରେ ୧୬% ବୃଦ୍ଧା ଦୁର୍ବ୍ୟବହାରର ଶିକାର ୪୭% ଅପମାନ ସହୁଛନ୍ତି।*
*୧୪- ଭାରତ-ନେପାଳ-ବାଂଲାଦେଶ ମଧ୍ୟରେ ତ୍ରିପାକ୍ଷିକ ଶକ୍ତି ବାଣିଜ୍ୟ ରାଜିନାମା ଚିଠା ଚୂଡ଼ାନ୍ତ ହୋଇଛି। ଭାରତ ଏହାର ପଡ଼ୋଶୀ ରାଷ୍ଟ୍ର ସହିତ ଶକ୍ତି କ୍ଷେତ୍ରରେ ଅଧିକ ସଂଯୋଗ ପାଇଁ ଉଦ୍ୟମ କରୁଥିବାବେଳେ ଉକ୍ତ ଚିଠା ଚୂଡ଼ାନ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।*
*୧୫- କର୍ଣ୍ଣାଟକ ପାଠ୍ୟପୁସ୍ତକକୁ ଫେରିଲେ ନେହେରୁ, ବାଦ୍ ପଡ଼ିଲା RSS ସଂସ୍ଥାପକଙ୍କ ଜଡ଼ିତ ଅଧ୍ୟାୟ ।*
*୧୬- ୪ ଦିନରେ ଦ୍ବିତୀୟ ଘଟଣା; ପୁଣି ଟେଲ୍ ଷ୍ଟ୍ରାଇକ୍ର ଶିକାର ଇଣ୍ଡିଗୋ ବିମାନ।*
*୧୭- ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ‘ଜେଡ୍ ୱାନ୍’ ପରିସରରେ ଉଦ୍ଘାଟନ କଲେ ବିଶ୍ବସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ।*
. *🙏 ସୁପ୍ରଭାତ ,ଶୁଭ ସକାଳ 🙏*