March 12, 2026

ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସିବ‌ଏସ୍ଇ ଦଶମ ପରୀକ୍ଷାରେ ଛାତ୍ରୀ ଅଭିଲିସା ଜିଲ୍ଲା ଟପର…………

IMG-20250516-WA0015
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ସିବିଏସଇ ପକ୍ଷରୁ ଦଶମ ପରୀକ୍ଷା ଫଳରେ  ସଫଳତା ମିଳିଛି। ଏହି ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ରୀ ଅଭିଲିସା ପାଢୀ ୯୭.୮ ପ୍ରତିଶତ ମାର୍କ ରଖି A1 ଗ୍ରେଡ ରେ ପାସ ହୋଇ ନବରଙ୍ଗପୁର ଜିଲ୍ଲା ଟପର ହୋଇଛନ୍ତି। ଅଭିଲିସା ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅଭିଲିସା ଜଣେ ଉତ୍ତମ ଛାତ୍ରୀ ହୋଇଥିବା ବେଳେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟକୁ ଗୈାରବ ମଣ୍ତିତ କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ଯକ୍ଷ ମତ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ମାତା ପିତାଙ୍କ ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମନକୁ ଶ୍ରେୟ ଦେଇଛନ୍ତି । ଅଭିଲିସାଙ୍କ ବାପା ସୁନୀଲ ପାଢି ଉମରକୋଟ ବ୍ଳକ କପେନା ପଞ୍ଚାୟତ ଅନ୍ତର୍ଗତ କେଶରୀବେଡା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ମାତା ଜଲି ମହାପାତ୍ର ସୁନାବେଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି ।