June 29, 2024

ରାଷ୍ଟ୍ରୀୟ ସମ୍ମାନର ସହିତ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକଙ୍କ ଶେଷକୃତ୍ୟ …

Share

ରାୟଗଡ ତା:୧୬-୦୫-୨୦୨୪ରିଖ ଦିନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ଧର ଉଲ୍ଲାକାଙ୍କ ଶେଷକୃତ୍ୟ ବାଙ୍କିଲି ଶସ୍ମାନ ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇ ଯାଇଛି । ସ୍ୱର୍ଗତ ଉଲ୍ଲାକା୧୯୭୪ରୁ ନିଜର ରାଜନୈତିକ ବିଧାୟକ ଭାବରେ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି , ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ ପର୍ଯ୍ୟନ୍ତ ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୮୫ରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ଭୁବନେଶ୍ବରର ଏକ ଘରେଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୪-୦୫-୨୦୨୪ତାରିଖ ମଧ୍ୟରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭୁବନେଶ୍ୱରରୁ ନିଜ ଗ୍ରାମ ବାଙ୍କିଲି ଆଣିବା ପରେ ରାଜ୍ୟ ଗୃହ ବିଭାଗର ନିର୍ଦେଶକ୍ରମେ ଓ଼ ଜିଲ୍ଲାପାଳ ଶ୍ରୀ ସତ୍ୟବାନ ମହାଜନଙ୍କ ଆଦେଶ ପାଇ ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ତ୍ରିନାଥ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର, ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବସନ୍ତ କୁମାର ପ୍ରଧାନ ଆଦି ଗୋଟିଏ ସେକ୍ସନ ପୋଲିସ ବାହିନୀ ରାଷ୍ଟ୍ରୀୟ ମର୍ଜ୍ୟଦା ପୂର୍ବକ ତାଙ୍କ ଗ୍ରାମ ଠାରେ ଗାର୍ଡ ଅଫ ଅନନର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାସଂଦ ହେମା ଗମାଙ୍ଗ, ଝିନ୍ନ ହିକକା, ଜୟରାମ ପାଙ୍ଗି, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଆଦି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ପୂର୍ବକ ଅନ୍ତିମ ଶଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଅନ୍ତିମ ଦର୍ଶନ ନିମନ୍ତେ ରାୟଗଡ ଜିଲ୍ଲାରୁ ଓ ଅନ୍ୟଜିଲ୍ଲାରୁ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)