November 23, 2024

ଅଧିକାର ସମାଜ ସେବା ସଂଗଠନ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ …..

Share

 

ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ୱରପୁର ପଞ୍ଚାୟତରେ ଥିବା ବେଣିପୁର ଗାଁ ରେ ପ୍ରତିଷ୍ଠିତ ଜୋଇଥିବା “ଅଧିକାର ସମାଜ ସେବା ସଂଗଠନ ‘ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହାର ପ୍ରତିଷ୍ଠିତା ସଂଗଠନ ର ସମ୍ପାଦକ ଅନିରୁଦ୍ଧ ଦାସ ପ୍ରଥମେ 2023 ମସିହାରେ ମେ ମାସ 31 ତାରିଖ ଅଧିକାର ସମାଜ ସେବା ସଂଗଠନ ପ୍ରତିଷ୍ଠାର ହୋଇଥିଲା l ପ୍ରଥମେ ସଂଗଠନ ଯେତେବେଳେ ଘଟନ ହୋଇଥିଲା ମାତ୍ର 15 ଜଣଙ୍କୁ ନେଇ ସ୍ଥାପନା ହୋଇଥିଲା l ଆଜିର ଦିନରେ ସଂଗଠନ ସଦସ୍ୟ / ସଦସ୍ୟା ଙ୍କ ସଂଖ୍ୟା 2 ସହ ରୁ ଉର୍ଦ୍ଧ ହେଲାଣି l ଏବେ ସଂଗଠନ ରେ ବେଣିପୁର ଓ ତାର ଆଖପାଖ ଅଞ୍ଚଳ ର ବ୍ୟକ୍ତି ମାନେ ସାମିଲ ହଅଛନ୍ତି l ଆଜି ସଂଗଠନ ର ଏକ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କର୍ମକର୍ତ୍ତା ଙ୍କୁ ଆଇ କାର୍ଡ ମୁଖ୍ୟଅତିଥି ଙ୍କ ପ୍ରଦାନ କରଯାଇଥିଲା l ସଂଗଠନ ର ମୁଖ୍ୟ ଲକ୍ଷ ହେଲା :- ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ର କିପରି ଉର୍ନତି କରାଯିବ ଏବଂ ଯୁବ ସମାଜ କୁ କିପରି ନିଶା ଠାରୁ ଦୂରରେ ରଖା ଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେଇଥାଏ.
ଗରିବ ଲୋକ ମାନଙ୍କୁ କିପରି ସମାଜ ରେ ସମାନ ଅଧିକାର ଦିଆଯିବ ତାହା ଉପରେ ଗୁରୁତ୍ୱ ଦେବା ସହିତ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବା ଆଦି କାର୍ଯ୍ୟକ୍ରମ ହାତକୁ ନେଇଥାଏ l ତତସହିତ ଗାଁ ରେ ବସବାସ କରୁଥିବା ବ୍ୟକ୍ତି ବିଶେଷମାନେ ଯେପରି ସାମୁହିକ ସୁବିଧା ରୁ ବଞ୍ଚିତ ନ ହୁଅନ୍ତି ସେ କ୍ଷେତ୍ରରେ କାର୍ଯ୍ୟ କରିବା l ଆଜିର ବାର୍ଷିକ ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୁରୀ ଜିଲ୍ଲାର 11 ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ ସମ୍ମାନିତ ଅତିଥିଭାବେ ଗୋପ ର ବରିଷ୍ଟ ସାମ୍ବାଦିକ ତଥା
ସମାଜସେବୀ ସଚ୍ଚିଦାନନ୍ଦ ଗୋଛାୟତ ଯୋଗ ଦେଇଥିଲେ l ସଂଗଠନ ର ବାର୍ଷିକ ବିବରଣୀ ପାଠ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ସମ୍ପାଦକ ଅନିରୁଦ୍ଧ ଦାସ l ସଂଗଠନ ର ଆଭିମୁଖ୍ୟ ସମ୍ପର୍କ ରେ କୋଷାଧକ୍ଷ ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ ତାଙ୍କର ମତାମତ ଉପସ୍ଥାପନା କରିଥିଲେ l ମୁଖ୍ୟଅତିଥି ଶ୍ରୀଯୁକ୍ତ ରାୟ କହିଥିଲେ ନିର୍ବାଚନ ପରେ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିବା ସଂଗଠନ ର ଗୃହ ନିମନ୍ତେ l କାର୍ଯ୍ୟକ୍ରମ ଶେଷରେ ସଂଗଠନ ର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)