April 23, 2026

ଇଣ୍ଡୋ-ନରୱ୍ବେ ଟିମର କ୍ଷେତ୍ର ପରିଦର୍ଶନ

IMG-20260416-WA0003
Share

 

ପୁରୀ ୧୫/୪ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed