April 19, 2025

ଗାୟତ୍ରୀ ଫର୍ମାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ପ୍ଲେସମେଣ୍ଟ.

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଅଧ୍ୟୟନ କରି ଡି ଏମ୍ ଏଲ୍ ଟି ବିଭାଗର ପ୍ରଥମ ବ୍ୟାଚର ଛାତ୍ର ଛାତ୍ରୀ ସତ ପ୍ରତିଶତ ସଫଳତା ପାଇଛନ୍ତି । ଏହି ବିଭାଗର ୫ଜଣ ଛାତ୍ର ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବାବେଳେ ଅନ୍ୟ ସମସ୍ତେ ପାଥୋଲୋଜି କେନ୍ଦ୍ର ମାନଙ୍କରେ ପ୍ଲେସମେଣ୍ଟ ହୋଇଛନ୍ତି କିଛି ନିଜେ ପାଥୋଲୋଜି କେନ୍ଦ୍ର ଖୋଲି ସ୍ବାବଲମ୍ବୀ ହେଇପାରିଛନ୍ତୀ । ସେହିପରି ବି.ଫାର୍ମାସୀ ବିଭାଗର ସପ୍ତମ ସେମିଷ୍ଟାର ର ୧୮ଜଣ ଛାତ୍ରଛାତ୍ରୀ କ୍ୟାମ୍ପସ ମାଧ୍ୟମରେ ମୋନୋନିତ ହୋଇ ବିଭିନ୍ନ କମ୍ପାନୀ ଗୁଡିକରେ ନିଯୁକ୍ତି ପାଇଛନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ମାନେ ଅନୁଷ୍ଠାନର ମ୍ୟାନେଜେମେଣ୍ଟ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ ଦାସ , ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଓ ପ୍ରିନ୍ସିପାଲ ଡ଼ା. କାହ୍ନୁ ଚରଣ ପାଣଗ୍ରାହୀ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି ।