November 17, 2024

ପ୍ରତି ପଞ୍ଚାୟତ ରେ ଗଠନ ହେବ ନୂତନ ଲ୍ୟାମ୍ପସ୍ , ଆଜିଠାରୁ ପ୍ରକ୍ରିୟା ଆରମ୍ଭ

Share

 

କୁନ୍ଦୁରା ————କୁନ୍ଦୁରା ବ୍ଲକ ରେ ଚାଲିଥିବା ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲ୍ୟାମ୍ପସ୍ ଗଠନ ରେ ପଞ୍ଚାୟତ ଚୟନ କୁ ବିରୋଧ କରି ବିଭିନ୍ନ ପଞ୍ଚାୟତ କୁନ୍ଦୁରା ଲ୍ୟାମ୍ପସ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ l ସେଠାରେ କିଛି ପଦକ୍ଷେପ ନିଆ ନ ଯିବାରୁ ଶେଷରେ, ଆସନା, ଫୁଲଭଟ୍ଟା ଓ ଭୁସାଙ୍ଗ ଗୁଡା ଆଦି ବିଭିନ୍ନ ପଞ୍ଚାୟତ ର ଚାଷୀ ( ଡି ଆର୍ ସି ଏସ୍) ଜୟପୁର ର ଦ୍ୱାରସ୍ଥ ହୋଇଥିଲେ l ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଏବଂ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଲ୍ୟାମ୍ପସ୍ ଗଠନ ନିମନ୍ତେ ନିର୍ଦ୍ଦେଶ ଦେବାପରେ ଆଜି ଆସନା ଓ ପଖନାଗୁଡା ପଞ୍ଚାୟତରେ ନୂତନ ଲ୍ୟାମ୍ପସ୍ ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି l କୁନ୍ଦୁରା ବ୍ଲକ ସ୍ଥିତ ଆସନା ପଞ୍ଚାୟତ ଆସନା ମହିଳା ମହାସଂଘ ବୈଠକ ଗୃହ ଠାରେ ନୂତନ ଲ୍ୟାମ୍ପସ୍ ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କୁନ୍ଦୁରା ଲ୍ୟାମ୍ପସ୍ ଅଧ୍ୟକ୍ଷା ସୁଭଦ୍ରା ଭୂମିଆ ଅଧ୍ୟକ୍ଷତା କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ , ଓ ଲ୍ୟାମ୍ପସ୍ ଗଠନ ଓ କେଉଁ ଚାଷୀ ସଦସ୍ଯ ହୋଇପାରିବେ, ପରିଚାଳନା କମିଟି ଗଠନର ପ୍ରକ୍ରିୟା ଗୁଡ଼ିକ ବିଷୟରେ ଆଳୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଦାମୋଦର ଗାଦବା, ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ, ସରପଞ୍ଚ ଜୟନ୍ତୀ ପୂଜାରୀ, ସମିତି ସଭ୍ଯା ଗୋରୀ ହରିଜନ, ନାଏବ ସରପଞ୍ଚ ରାମସିଙ୍ଘ ଗୌଡ଼, ବରିଷ୍ଠ ତଥା ବୁଦ୍ଧିଜୀବୀ ମଦନ ନାୟକ, ମୋତିରାମ ନାୟକ, ପ୍ରମୁଖ ମଞ୍ଚାସୀନ ଥିବାବେଳେ ରାମଚନ୍ଦ୍ର ତ୍ରିପାଠୀ, ଚୂଡ଼ା ମଣି ବିଶୋଇ, ମଙ୍ଗରାଜ ଭୂମିଆ, ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l ଆଜିର ଏହି ବୈଠକରେ 200 ରୁ ଅଧିକ ଚାଷୀ ଉପସ୍ଥିତ ରହି ଥିଲେ ଓ ସେଥିରୁ… ଜଣ ଚାଷୀ ନାମ ପଞ୍ଜିକରଣ କରିଥିଲେ l ଓ ପରିଚାଳନା କମିଟି ଗଠନ କରାଯାଇଥିଲା l ଆସନା ପଞ୍ଚାୟତ ର ସଦର ମହକୁମା ପ୍ରକୃତ ପକ୍ଷେ ଆସନା ଗାଁ ରେ ନ ରହି ସେଠାରୁ ପ୍ରାୟ 5 କି ମି ରୁ ଅଧିକ ଦୂର ଉଦଳଗୁଡା ଠାରେ ରହିଅଛି ଯାହାକି ପଞ୍ଚାୟତ ର 21 ଖଣ୍ଡ ଗାଁର ଏକ ପ୍ରାନ୍ତରେ ରହିଅଛି l ଆସନା ଗାଁ ରେ ଆଜି ପ୍ରଥମ ଥର ପାଇଁ ଏକ ସରକାରୀ ବୈଠକ ହୋଇଥିବାରୁ ପଞ୍ଚାୟତବାସୀ ଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ଓ ଆଗକୁ କିଛି ସରକାରୀ କାର୍ଯ୍ୟାଳୟ ହେବାର ବହୁ ଆଶା ରଖିଥିବା କହିଛନ୍ତି ଉପସ୍ଥିତ ଚାଷୀ l ଆଗାମୀ ଦିନରେ ହେବାକୁ ଥିବା ଲ୍ୟାମ୍ପସ୍ କାର୍ଯ୍ୟାଳୟ ମଧ୍ଯ ଆସନା ଠାରେ ସ୍ଥାପନ କରାଯିବା ପାଇଁ ବୈଠକରେ ଦାବି କରିଥିଲେ l ଆସନା ପଞ୍ଚାୟତରେ 162 ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ପଖନାଗୁଡା ପଞ୍ଚାୟତରେ 100 ରୁ ଉର୍ଦ୍ଧ୍ବ ଚାଷୀ ପଂଜିକରଣ କରିଥିବା ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶ୍ରୀ ସାହୁ l ବୈଠକଟିକୁ ସାମାଜ ସେବୀ ଧନୀରାମ ବାରିକ ପରିଚାଳନା କରିଥିବା ବେଳେ ଧନସାଇ ମାଣ୍ଡି ଧନ୍ଯବାଦ୍ ଦେଇ ସଭାସାଙ୍ଗ କରିଥିଲେ l

(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନିୟୁଜ ଉପାନ୍ତ ଓଡ଼ିଶା )