April 27, 2026

ଧନ୍ଦାମୂଳକ ପ୍ରଶିକ୍ଷଙ୍କ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ

IMG-20230416-WA0009
Share

ଧନ୍ଦାମୂଳକ ପ୍ରଶିକ୍ଷଙ୍କ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ

ଜୟପୁର : କୋରାପୁଟ ଜିଲ୍ଲାର ଭୋକେସନଲ ପ୍ରଶିକ୍ଷଙ୍କ ବୈଠକ ଆଜି ସ୍ଥାନୀୟ ଜୟପୁର ଶ୍ରମ କାର୍ଯ୍ୟାଳୟ ନିକଟରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ଜିଲ୍ଲାର ପ୍ରାୟ ୪୩ ବିଦ୍ୟାଳୟ ଓ ୩ଗୋଟି ମହାବିଧ୍ୟାଳୟର ପ୍ରଶିକ୍ଷକ ଯୋଗ ଦେଇଥିଲେ |ବିଭିନ୍ନ କମ୍ପାନୀ ମାଧ୍ୟମରେ ନିଯୁକ୍ତି ପାଇଥିବା ଏହି ଧନ୍ଦାମୂଳକ ପ୍ରଶିକ୍ଷକ ଦୀର୍ଘ ୬ ବର୍ଷ ହେବ ବିଭିନ୍ନ ବିଦ୍ୟାଳୟ ଓ ମହାବିଧ୍ୟାଳୟରେ ପିଲା ମାନଙ୍କୁ ନିରବଛିନ୍ନ ଭାବରେ ଶିକ୍ଷାଦାନ କରି ଆସୁଛନ୍ତି କିନ୍ତୁ ଦୁଃଖର ବିଷୟ ଏହି ପ୍ରଶିକ୍ଷକ ମାନକ ପାଇଁ ସରକାର ପାଖରେ କୌଣସି ସ୍ଥାୟୀ ଜବ ପଲିସୀ ନ ଥିବାରୁ ଏହି ପ୍ରଶିକ୍ଷକ ମାନେ ବିଭିନ୍ନ ସମୟରେ ନା ନା ଅସୁବିଧାର ସମୁଖିନ୍ନ ହେଉଥିବାର ଦେଖାଦେଇଅଛି | ରାଜ୍ୟସ୍ତରରେ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କଲେ ମଧ୍ୟ ସରକାର କର୍ଣ୍ଣପାତ ନ କରି ବିଭିନ୍ନ ଆଳ ଦେଖାଇ ଠକି ଚାଲିଛନ୍ତି ବୋଲି ଜିଲ୍ଲା ସଭାପତି ମତ ପ୍ରକାଶ କରିଛନ୍ତି .ସରକାର ଧନ୍ଧାମୂଳକ ଶିକ୍ଷାର ପ୍ରଚାର ପ୍ରସାର ପାଇ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ପାଇଁ କାହିଁକି ବୈମାତୃଭାବ ଦେଖାଯାଉଛି ତାହା ସ୍ୱଷ୍ଟ କରନ୍ତୁ ବୋଲି ଧନ୍ଦାମୂଳକ ପ୍ରଶିକ୍ଷକ ପ୍ରଶ୍ନ କରିଛନ୍ତି | ଏହି ବୈଠକରେ ଘନଶ୍ୟାମ ସାହୁ ସଭା ପରିଚାଳନା କରିଥିବା ବେଳେ ସଭାପତିତ୍ୱ କରିଥିଲେ ଜିଲ୍ଲା ସଭାପତି ଶ୍ରୀ ପ୍ରଭାତ କୁମାର ସାହୁ |ସଭା ଶେଷରେ ପ୍ରଦୀପ କୁମାର ଭଟ ଧନ୍ୟବାଦ ଅର୍ପଣ କରିଥିଲେ |

 

କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡ଼ିସା