November 23, 2024

ତେଜୁଛି ଚାଉଳ ରାଜନୀତି ଗୁଣୁପୁର ରେ ବିଜେଡି ପକ୍ଷରୁ ବିକ୍ଷୋଭ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଚାଉଳ କୁ ନେଇ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଉଳ ବଣ୍ଟନ କୁ ନେଇ ପରସ୍ପର ସହିତ ବୟାନ ବାଜି, କାଦୁଅ ଫୋପଡା ଚାଲିଛି । ଉଭୟ ସରକାର ଭଲ ଭାବରେ ଅବଗତ ଅଛନ୍ତି କି ଚାଉଳ କୁ ନେଇ ହିଁ ଭୋଟ୍ । ସେଥିପାଇଁ କେହିବି ସୁଯୋଗ ହାତଛଡା କରୁନାହାନ୍ତି । ଆଜି ବିଜେଡି ପକ୍ଷରୁ ଗୁଣୁପୁର ବ୍ଲକ୍ ଓ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୋଭିଡ ସମୟରେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ୧୦ କେଜି ଚାଉଳ ଦେଉଥିଲା ବେଳେ ବର୍ତ୍ତମାନ ୫ କେଜି ଚାଉଳ ମାଗଣାରେ ଦେଉଛନ୍ତି । ୫କେଜି କାହିଁକି କଟାଯାଇ ଗରୀବ ଙ୍କୁ ଶୋଷଣ କରାଯାଉଛି ବୋଲି ବିଜେଡି ଅଭିଯୋଗ କରି ସାରା ରାଜ୍ୟରେ ଆନ୍ଦୋଳନ କରୁଛି । ଆଜିର କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବ୍ଲକ୍ ସଭାପତି ଭାଷା ଶତପଥୀ, ନଗର ସଭାପତି ରାମ ପଣ୍ଡା, ବିଷ୍ଣୁ ପଣ୍ଡା, ବରିଷ୍ଠ ବିଜେଡି ନେତା ଅଶ୍ୱିନୀ ଗମାଙ୍ଗ,ଏସ ବାବା ପ୍ରସାଦଙ୍କ ସମେତ ଅନେକ ଦଳୀୟ ନେତା, କର୍ମୀ ଓ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।