March 7, 2026

ସଅଁରା ହାଇସ୍କୁଲ ର 51 ତମ କ୍ରୀଡାଉତ୍ସବ ଉଦଯାପିତ !

IMG-20260116-WA0092
Share

ତିର୍ତ୍ତୋଲ ::-ତା 16/1/2026 ତିର୍ତ୍ତୋଲ ବ୍ଲକ ସଅଁରା ଉଚ୍ଚବିଦ୍ୟାଳୟ ର 51 ତମ କ୍ରୀଡାଉତ୍ସବ 2026 ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଶିକ୍ଷକ ବାବୁଲି ସ୍ୱାଇଁ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ l ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମୁଖ୍ୟଅତିଥି, ସ୍ଥାନୀୟ ସରପଞ୍ଚ ବିକ୍ରମକିଶୋର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ, ପରିଚାଳନାକମିଟି ସଭାପତି ସର୍ବେଶ୍ୱର ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସମିତିସଭ୍ୟା ସିଂଗ୍ଧାରାଣୀ ଦାସ, ସମାଜସେଵୀ ନିହାର ରଞ୍ଜନ ମହାନ୍ତି, ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ରନାଥ ରାଉତ, ଅଜୟ କୁମାର ଦାସ, ପରିଚାଳନାକମିଟି ସଦସ୍ୟ ଗୌରକାନ୍ତ ସ୍ୱାଇଁ ପ୍ରମୁଖ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରି ବିଦ୍ୟାଥୀ ମାନଙ୍କୁ ଉତ୍ସାହିତ କରିଥିଲେ l ଦିଲ୍ଲୀ ଆୟକର ବିଭାଗର ପ୍ରାକ୍ତନ ଅଯୁକ୍ତ ରବିନାରାୟଣ ଦାଶ ତାଙ୍କ ପିତା ହେଡ଼ପଣ୍ଡିତ ନଗେନ୍ଦ୍ର କୁମାର ଦାଶ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଟ୍ରିକ ଟପର ଙ୍କୁ ଅର୍ଥରାଶି, ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ପ୍ରଜ୍ଞ୍ୟା ପ୍ରିୟଦର୍ଶିନୀ, ପୁଷ୍ପାଞ୍ଜଳି ମହାରଣା, ଜୟଶ୍ରୀ ନାୟକ, ଗୀତାଞ୍ଜଳି ବାରିକ, ନୟନା ମଞ୍ଜରୀ ପାଲ, ଅନପୂର୍ଣ୍ଣା ଓଝା, ଜୟନ୍ତୀ ବାଳା ଦାସ, ସୁପ୍ରଭା ମହାନ୍ତି, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ରତ୍ନପ୍ରଭା ସ୍ୱାଇଁ, ଓ ଶିକ୍ଷକ ଟୁଟୁ ଦାଶ, ଲକ୍ଷ୍ମୀକାନ୍ତ ବେହେରା ଓ ନୃସିଂହନାଥ ଦ୍ୟୁବେଦୀ ଙ୍କ ସମେତ ସମସ୍ତ ଶିକ୍ଷାକର୍ମୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଏହି ଅବସରରେ କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଶୀଲ, କପ, ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଉ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟରେ ରବୀନ୍ଦ୍ର ନାଥ ସାହୁ ସକ୍ରିୟ ସହଯୋଗ କରିଥିଲେ lଶେଷରେ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର