March 7, 2026

ମୁଳିସିଂହ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ର ବିଜ୍ଞl ନ ମେଳା …

IMG-20260116-WA0091
Share

ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ତରଫରୁ ଏକ ବିଜ୍ଞ୍l ନ ମେଳା ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା ସମିତିର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନୀଜୀବି ରାଜକିଶୋର ବେହେରା, ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଜଗତସିଂହପୁର ସାରସ୍ୱତ ପରିଷଦ ର ସଭାପତି ପ୍ରାକ୍ତନ ଅଧ୍ୟାପକ ତଥା ବାଗ୍ମୀ ହିମାଂଶୁ ଆଚାର୍ଯ୍ୟ, ବହୁ ବଡ଼ବଡ଼ ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦଭାବନ ଓ ଆବିଷ୍କାର ସମ୍ପର୍କ ରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଧବେନ୍ଦ୍ର ଗୋଛାୟତ, ଯୁବନେତା ଶୁଭ୍ରକାନ୍ତ ରଣା ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚମଣ୍ଡନ କରିଥିଲେ l ବିଜ୍ଞ୍ l ନ ମେଳା ଷ୍ଟଲ ମାନଙ୍କରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଶସ୍ୟ, ବୃକ୍ଷର ଅଂଶ, ଶରୀର ର ଅଂଶ, ଜଳପ୍ରଦ୍ୟୁଷଣ ଆଦି ବିଷୟରେ ବିଭିନ୍ନ ମଡେଲ ପ୍ରଦର୍ଶନ କରାଯାଇଥିଲା l ଅପରପକ୍ଷରେ ଅନୁଷ୍ଠାନ ର ବାର୍ଷିକ କ୍ରୀଡାଉତ୍ସବ ଉଦଯାପନ ଉପଲକ୍ଷେ ଦୌଡ଼, ଆଳୁଚାମଚ, ଚକଲେଟ ଦୌଡ଼, ଗଣିତ ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତା ରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସାଟିଫିକେଟ, ଶୀଲ, କପ ଓ ଉପଢୌକନ ଆଦି ପ୍ରଦାନ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମିନତୀ ଦାସ, ପ୍ରିୟଙ୍କା ସେଠି, ସଂଧ୍ୟାରାଣୀ ସାସମଲ,ଜସ୍ମିନ ବେହେରା ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର