ବାପା ମା ଙ୍କୁ ହରାଇଥିବା ୨ ଭାଇ ଓ ଭଉଣୀ ଙ୍କୁ ବିଧାୟକଙ୍କ ସହାୟତା
ଛତ୍ରପୁର ତା ୧୬.୧.୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ବ୍ଳକ କାଇଁଚପୁର ପଞ୍ଚାୟତର ଝରପଦର ଗ୍ରାମରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ୯ ମାସ ବ୍ୟବଧାନରେ ବାପାମା’ଙ୍କୁ ହରାଇ ଦୁଇ ନାବାଳକ ସନ୍ତାନ (ଝିଅ ସୁଇଟି- ୧୭) ଓ ପୁଅ କାଳିଆ- ୧୪) ଅସହାୟ ହୋଇପଡ଼ିଛନ୍ତି। ପରିବାରର ଏହି ଦୁର୍ଦ୍ଦଶା ବିଷୟରେ ଜାଣିବା ପରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗୁରୁବାର ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ ଓ ତହସିଲଦାର ସୁକାନ୍ତ ମିଶ୍ର ସେଠାରେ ଉପସ୍ଥିତ ରହି ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କାର ଆର୍ଥିକ ଟଙ୍କା ସହାୟତା ପ୍ରଦାନ କରିବା ସହ ନିଜ ହାତଖର୍ଜରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏଥିସହ ପିଲାମାନଙ୍କ ଭବିଷ୍ୟତ ପାଇଁ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ
ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
୯ ମାସ ପୂର୍ବରୁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ରବି ମହାଙ୍କୁଡ଼ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ପତ୍ନୀ ଝୁନୁ ମହାଙ୍କୁଡ଼ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବୁଧବାର ମୃତ୍ୟୁବରଣ କରିଛନ୍ତି। ଭୂମିହୀନ ଏହି ପରିବାରଟି ଭଡ଼ାଘରେ ରହି ଚୁଡ଼ି ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ମୁରବୀହୀନ ହୋଇପଡ଼ିଥିବା ଏହି ଦୁଇ ଶିଶୁଙ୍କ ପାଠପଢ଼ା ଓ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। ବିଧାୟକଙ୍କ ଏହି ସହାନୁଭୂତିଶୀଳ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
