March 7, 2026

ପ୍ରସୂତି ଓ ଗର୍ଭବତୀ ଙ୍କୁ ଓଜନ ରୁ କମ ଛତୁଆ ବଣ୍ଟନ, ରହୁନି ଆବଧି ତାରିଖ …

JYGUIGU
Share

 

ଵୀରମହାରାଜପୁର – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରାପଦ ମାତ୍ର୍ତୁତ୍ଵ ଏବଂ ସୁସ୍ଥ ଶିଶୁ ଜନ୍ମ ନେଇ ସରକାରଙ୍କ ତରଫରୁ ବିଭିନ୍ନ ସରକାରୀ ଯୋଜନା କରାଯାଇଥିବା ବେଳେ କିଛି ମୁନାଫା ଖୋର୍ ଅଧିକାରୀ ଙ୍କ ପାଇଁ ସମସ୍ତ ସରକାରୀ ଯୋଜନର ସୁଫଳ ଗରିବ ହିତାଧିକାରୀ ମନେ ପାଇ ପାରୁନ ଥିବା ଅଭିଯୋଗ ହୁଏ l ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ରେ ଛତୁଆ ପ୍ରସ୍ତୁତି ଦାୟିତ୍ୱରେ ଥିବା ମହିଳା ସ୍ଵଂୟ ଗୋଷ୍ଟି ମନ ଇଚ୍ଛା ନିମ୍ନ ମାନର ଛୁତୁଆ ପ୍ରସ୍ତୁତ କରିବା ସହିତ ଆବଶ୍ୟକତା ରୁ କମ ଓଜନ ର ଛତୁଆ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି l ଛତୁଆ ପ୍ରସ୍ତୁତି ଦାୟିତ୍ବ ରେ ଥିବା କର୍ଡପାଲ୍ ର ବିଶ୍ଵ ସ୍ଵଂୟ ସହାୟକ ଗୋଷ୍ଟି ପ୍ୟାକେଟ ଉପରେ ନେଟ ଓଜନ ୪.୪୧୦ଗ୍ରାମ ଥିବା ଲେଖା ରହିଥିବା ବେଳେ ପ୍ରକୃତ ପକ୍ଷେ ୩.୫୬୦ ଗ୍ରାମ ଥିବା ଓଜନ ରୁ ସ୍ଵଷ୍ଠା ଜଣାପଡୁଛି l ଏହି ଛୁତଆ ପ୍ୟାକେଟ ଉପରେ ବୈଧ ତାରିଖ ରହୁନାହିଁ l କେବେ ତିଆରି ହୋଇଛି ତାହା ଉଲ୍ଲେଖ ନ ଥିବା ବେଳେ ପ୍ୟାକେଟ ରେ ଲେଖା ହୋଇଛି ୧ମାସ ମଧ୍ୟରେ ବ୍ୟବହାର କରିବାକୁ କିନ୍ତୁ କେବେ ପ୍ରସ୍ତୁତ ଲେଖା ହୋଇ ନି l ଏ ନେଇ ଡି.ଏସ. ଡବ୍ଲ.ଓ ଅକ୍ଷୟ ନାଏକ ଙ୍କ ସହ ଯୋଗାଯୋଗ କରାଯିବାରେ ସେପରି ହେବ କଥା ନୁହେଁ ଏବଂ ସ୍ଥାନୀୟ ସି.ଡି.ପି.ଓ ଛତୁଆ ର ମାନ ଓ ଓଜନ ବିଷୟ ରେ ତଦାରଖ କରିବା କଥା l କମ ଓଜନ ନେଇ ଆମ ପାଖ ରେ ଖବର ନାହିଁ l ଆମେ ଆପଣଙ୍କ ଠାରୁ ଜାଣିବା ପରେ ବିଭାଗ ତଦନ୍ତ କରିବ ଯଦି ଆବଶ୍ୟକ ଠାରୁ କମ ଓଜନ ଅଛି ତେବେ ସଂପୃକ୍ତ ପ୍ରସ୍ତୁତି କାରି ଗୋଷ୍ଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ l ଏନେଇ ବୀରମହାରାଜପୁର ସି.ଡି.ପି.ଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ l