September 21, 2024

ଗଞ୍ଜାମ ରେ ଆୟାପ୍ପା ସ୍ୱାମୀଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Share

 

 

ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ 4ର୍ଥ ତମ ଆୟାପ୍ପା ସ୍ୱାମୀ ଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 60ଜଣ ଆୟାପ୍ପା ସ୍ୱାମୀ ମାନେ ଯୋଗଦେଇ ଆୟାପ୍ପା ଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରି ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିଥିଲେ l ଆଳତି, ବିଖ୍ୟାଦାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ବିଶେଷକରି ଆକ ପୂଜା କୁନେଇ ସ୍ୱାମୀ ମାନେ ବାଦ୍ୟ ବଜାଣା ସହକାରେ ନୃତ୍ୟ ପରିବେଷଣ ପୂର୍ବକ ବିରାଟ ପାଟୁଆର ରେ ପୁର୍ଣ୍ୟତୋୟା ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ଯାତ୍ରା ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସ୍ଥାନୀୟ ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ ଯୋଗଦେଇ ଆୟାପ୍ପା ସ୍ୱାମୀ ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ l(ପ୍ରଦୀପ କୁମାର ପଣ୍ଡା)