ପବିତ୍ର କାର୍ତିକ ମାସ ପୂର୍ଣମୀ ରେ ବଟେଶ୍ୱର ପୀଠ ରେ 50ହଜାର ଭକ୍ତ ଙ୍କ ସମାଗମ,ପ୍ରବଳ ଭିଡ଼ l
ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ କାର୍ତିକ ପୂର୍ଣମୀ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ପ୍ରାୟ 40 ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି l ଏହି ଅବସରରେ ଚାରି ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଭୋରୁ ଠାକୁର ଙ୍କ ରୀତିନୀତି ଓ ପୂଜା ଅର୍ଚନା ପରେ ଦର୍ଶନ ପାଇଁ ଭକ୍ତ ଙ୍କୁ ଛାଡlଯଇଥିଲାl ପ୍ରବଳ ଭିଡ଼ ଯୋଗୁ ଧାଡି ବାନ୍ଧି ଲୋକମାନେ ଦର୍ଶନ କରିଥିଲେ ଠାକୁର ଙ୍କୁ l ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅନ୍ୟାନ ଅଞ୍ଚଳଓ ଅନ୍ୟ ଜିଲ୍ଲା ମଧ୍ୟ୍ୟ ରୁ ବହୁ ଭକ୍ତ ଙ୍କ ସମାଗାମ ହୋଇଥିଲା l ଠାକୁର ଙ୍କ ଦର୍ଶନ ସାଙ୍ଗ କୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭାରାଶି ସାଙ୍ଗକୁ ବଙ୍ଗୋପ ସାଗରଜଳ ରାଶି,ବେଳାଭୂମି, ଝାଉଁ, କାଜୁ ଜଙ୍ଗଲ, ପାର୍କ, ଭକ୍ତ ଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ପୀଠ l ବିଶେଷ କରି ମନ୍ଦିର ଓ ସମୁଦ୍ର କୂଳ ରେ ଭୋରୁ ରୁ ସନ୍ଦ୍ୟା ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ମନ୍ଦିର ପରିଚାଳନା କମିଟି ପକ୍ଷରୁ ପକ୍ଷରୁ ଟ୍ରାଫିକ, ଶାନ୍ତି ଶୃଙ୍ଖଳା ରେ ଭକ୍ତ ଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିଲେ l ଏହାକୁ କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ଖଟୁଆ କୁଦା, ପୋଡମ ପେଟା, ମୟୁର ପଦା, ଗୋଖର କୁଦା ପ୍ରଭୁତି ଗ୍ରାମ ପରିଚାଳନା କରିଥିଲେ l( ପ୍ରଦୀପ କୁମାର ପଣ୍ଡା)