November 15, 2024

ଦେଶର ଶ୍ରେଷ୍ଠ ୩ ଥାନା ମଧ୍ୟରେ ଗଞ୍ଜାମର ପାଟପୁର ଥାନା ପ୍ରଥମ 

Share

 

ସାନଖେମୁଣ୍ଡି ୧୫/୧୧/୨୪ :- ଦେଶର ଶ୍ରେଷ୍ଠ ଥାନାରେ ଗଞ୍ଜାମ ଜିଲ୍ଲା ର ପାଟପୁର ଥାନା ପ୍ରଥମ। ଦେଶର ସମସ୍ତ ଥାନାକୁ ତଦନ୍ତ କରି ରିପୋର୍ଟ ଦେଇଛନ୍ତି ଗୃହ ମନ୍ତ୍ରାଳୟ ଟିମ। ପୂର୍ବରୁ ଥାନାରେ ଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ, ରମେଶ ପ୍ରଧାନ, ସବ୍ୟସାଚ୍ଚି ମଲ୍ଲ, ଅଜୟ କୁମାର ସ୍ୱାଇଁ ଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଆଜି ପାଟପୁର ଥାନା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଅଛି। ଏବେ ଅଜୟ କୁମାର ବାରିକ ଏସ ଡି ପି ଓ ହୋଇଯାଇଥିବା ବେଳେ ଅଜୟ ସ୍ୱାଇଁ ଚାକିରୀରୁ ଅବସର ନେଇସାରିଛନ୍ତି। ରମେଶ ପ୍ରଧାନ ଫୁଲବାଣୀ ଜିଲ୍ଲା ରୁ ଗଞ୍ଜାମ ଆସିଥିବା ବେଳେ ଗଜପତି ଜିଲ୍ଲା ରୁ ସବ୍ୟସଚ୍ଚି ମଲ୍ଲ ଗଞ୍ଜାମ ଫେରିଛନ୍ତି। ସେଇଥିପାଇଁ ପୁଣି ଗଞ୍ଜାମ ଜିଲ୍ଲାରେ ଥିବା ଡକାୟତ, ବାଲି ମାଫିଆ, ଗଞ୍ଜେଇ ମାଫିଆ, ଚୋରା ବେପାରୀ, ଦଲାଲ, ଗୁଣ୍ଡାଗିରିଙ୍କ ନିଦ ହଜିଯାଇଛି। ଏକଦା ଗଞ୍ଜାମ ପୋଲିସର ଚହଳ ପକାଇଥିବା ଥାନା ଅଧିକାରୀଙ୍କ ପୁଣି ଗଞ୍ଜାମ ବାହୁଡା଼ରେ ଗଞ୍ଜାମ ବାସୀ ଅତ୍ୟନ୍ତ ଖୁସି ଥିବା ପରିଲକ୍ଷିତ ହେଉଛି। ଲୋକ ଏକ, କିନ୍ତୁ ଅପେକ୍ଷା କରିଛନ୍ତି ୨୬ ଥାନାର ଅଞ୍ଚଳବାସୀ। ସମଗ୍ର ଗଞ୍ଜାମରେ ଯାହାର ନାଁ ଶୁଣିବା ମାତ୍ରେ ସମସ୍ତ ଡକାୟତ, ଗଞ୍ଜେଇ ମାଫିଆ, ବାଲି ମାଫିଆ, ଟାଉଟର ଦଲାଲ, ଗୁଣ୍ଡାଗିରି କୁଆଡେ ଉଭାଇ ଯାଆନ୍ତି, ସେ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ପାଟପୁର ଥାନାର ପୂର୍ବତନ ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ। ପାଟପୁର ଥାନାରେ ଥିବା ସମୟରେ ବହୁ ଫେରାର ଆସାମୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ସେ ଯେଉଁ ଥାନା ଦାୟିତ୍ୱ ନିଅନ୍ତି ସେ ଅଞ୍ଚଳର ଲୋକେ ଶାନ୍ତିରେ ନିଶ୍ୱାସ ମାରନ୍ତି, ସେ ଅଞ୍ଚଳର ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ କରିଥାନ୍ତି । ଅନେକ ପଥଭ୍ରଷ୍ଟ ଯୁବକଙ୍କୁ ସଠିକ ମାର୍ଗ ଦେଖାଇ କୁ ରାସ୍ତାରୁ ସଠିକ ରାସ୍ତାକୁ ଆଣିଛନ୍ତି। ବହୁଥର ନିଜ ଥାନା ଅଞ୍ଚଳରେ ସଚେତନତା ସଭାର ଆୟୋଜନ କରି ଲୋକଙ୍କୁ ଆଇନ ର ସଚେତନତା କରିବା ସହିତ ଜନତା ଓ ପୋଲିସ ମଧ୍ୟରେ ଭାଇଚାରା ସୃଷ୍ଟି କରିଛନ୍ତି। ଯେମିତି କଥାରେ ଅଛି, ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ସୁନ୍ଦର ଦିଶୁଥାଇ, ଠିକ ସେପରି ସେହି ମହାନ ଅଧିକାରୀଙ୍କ ଯେତେ ପ୍ରଶଂସା କରିଲେ ମଧ୍ୟ କମ ହେବ। ପାଟପୁର ଥାନାରେ ଥିବା ସମୟରେ ନିଜର ବାହାଦୁରି, କର୍ତ୍ତବ୍ୟନିଷ୍ଠା, ଲୋକ ପ୍ରଶଂସା ପାଇଁ ଦୁଇ ଦୁଇ ଥର ଡିଜିପି ଡିସ୍କ ଓ ରାଜ୍ୟପାଳ ପୁରସ୍କାର ପାଇ ଶେଷରେ ନିର୍ବାଚନ ସମୟରେ ଗଜପତି ଜିଲ୍ଲାକୁ ବଦଳି ହୋଇଯାଇଥିଲେ। ତାଙ୍କରି ବିଦାୟରେ ଅଞ୍ଚଳ ବାସୀଙ୍କ ଆଖିରେ ଅଶ୍ରୁ ଦେଖିବାକୁ ମିଳିଥିଲା। ଏବେ ପୁଣି ତାଙ୍କରି ଗଞ୍ଜାମ ପ୍ରତ୍ୟାବର୍ତ୍ତନରେ ପାଟପୁର ର ଅଞ୍ଚଳ ବାସୀ ତାଙ୍କୁ ପୁଣି ପାଟପୁର ଥାନାକୁ ଆସିବା ବାଟକୁ ଅନାଇ ବସିଛନ୍ତି। ଆମ ମଧ୍ୟମରେ ଗଞ୍ଜାମ ଏସପି ଙ୍କୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି ଯେ ସବ୍ୟସଚ୍ଚି ମଲ୍ଲ ଙ୍କୁ ପୁଣି ପାଟପୁର ଥାନା ଦାୟିତ୍ୱ ଦେଲେ ଅଞ୍ଚଳ ବାସୀ ଏସ ପି ସାର ଙ୍କ ଥରେ ୠଣୀ ରହିବେ। ଗଜପତିରେ ମଧ୍ୟ ନିଜର କର୍ତ୍ତବ୍ୟ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି । କିନ୍ତୁ ପୁଣି ତାଙ୍କରି ଗଞ୍ଜାମ ଫେରସ୍ତରେ ଗଞ୍ଜାମ ବାସୀ ବେଶ ଆନନ୍ଦିତ ଥିବା ପରିଲକ୍ଷିତ ହେଉଛି। ଗଞ୍ଜାମ ଏସପି ତାଙ୍କୁ କେଉଁ ଥାନା ଦାୟିତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର