November 15, 2024

ପବିତ୍ର ଶିଶୁ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆଶ୍ରମ ବିଦ୍ୟାଳୟ

Share

ଗୁଣପୁର (ସୁରେନ୍ଦ୍ର ମହାନ୍ତି )ପବିତ୍ର ଶିଶୁ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆଶ୍ରମ ବିଦ୍ୟାଳୟ,କେନ୍ଦୁଗୁଡ଼ାର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ , ମାଳତିପୁର ସେବାଶ୍ରମ ପ୍ରଧାନ ଶିକ୍ଷକ ମୋହନ ମାଝୀ ଓ ବିଲେଶୁ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଦ୍ୱିତୀ ଚ଼ନ୍ଦ୍ର ସାହୁ ଙ୍କୁ ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ସାଧାରଣ ପ୍ରକୋଷ୍ଠରେ ଓଡ଼ିଶା ସରକାର ଓ ଆନ୍ତର୍ଜାତିକ ସଂସ୍ଥା ରୋଟାରୀ କ୍ଲବ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ”ଜାତୀୟ ନିର୍ମାଣ ପୁରସ୍କାର” ପ୍ରଦାନ କରାଯାଇଛି ।କାର୍ଯ୍ୟକ୍ରମରେ ସେମାନଙ୍କୁ ମାନପତ୍ର ଓ ଟ୍ରଫି ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ସମୂର୍ଦ୍ଧିତ ସଭାରେ ଭୁବନେଶ୍ଵରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ତଥା ରୋଟାରୀ କ୍ଲବର ସଭାପତି ବାସୁଦେଵ ଭଟ୍ଟ, ପୂର୍ବତନ ଜିଲ୍ଲାପାଳ ଅନୀଲ କୁମାର ସାମଲ, ସାହିତ୍ୟିକ ଆଶିଷ ମହାନ୍ତି ଓ ଡାକ୍ତର ସଞ୍ଜୟ ମିଶ୍ର ମଞ୍ଚସୀନ ଥିଲେ । ଓଡ଼ିଶାର ୨୩ ଟି ଜିଲ୍ଲାରୁ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ବିଦ୍ୟାଳୟରୁ ୬୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପାଠପଢ଼ା, ସୁରକ୍ଷା ,ଖାଇବା ପିଇବା ଓ ଉତ୍ସର୍ଗୀକୃତ ସେବା ଯୋଗ୍ରାଇଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନୀତ କରାଯାଇଥିଲା।ଏହା ଏକ ସୁନ୍ଦର ପଦକ୍ଷେପ ଅଟେ ।ଏହା ଦ୍ଵାରା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନୋବଳ ସୁଦୃଢ ହେବ ବୋଲି ଅତିଥିମାନେ କହିଥିଲେ। ରୋଟାରୀ କ୍ଳବ୍ ର ନିରୂପମା ବିଶ୍ବାଳ,ଜିତୁ ଶତପଥି ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପୁଣ୍ୟଶ୍ଳୋକ ମହାନ୍ତି ସଭା ପରିଚାଳନ କରିଥିଲେ।ପରିଶେଷରେ ଶିକ୍ଷକମାନଙ୍କ ତରଫରୁ ଦିଲୀପ କୁମାର ଚୌଧୁରୀ ଓ ଶିକ୍ଷକ ନେତା ଦୈତାରୀ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।