ତୃତୀୟ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ ଓ ଶିଶୁ ଉତ୍ସବ ୨୦୨୪ ..
ତିର୍ତ୍ତୋଲ
:-ଅଧ୍ୟୟନ ରତ ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭା ର କ୍ରମବିକାଶ ପାଇଁ ସରକାରୀ ସ୍ତରରେ କରାଯାଉଥିବା ପ୍ରୋତ୍ସାହନ କୁ ବହୁ ସମର୍ଥନ ମିଳୁଥିବା ବେଳେ, ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ, ଜିଲ୍ଲା, ଓ ରାଜ୍ୟ ସ୍ତରକୁ ବ୍ୟାପ୍ତ ହୋଇଅଛି l ଉନ୍ନତ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ମାନେ କ୍ରମାନ୍ୱୟରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ଦେଶର ଗୌରବ ଆଣିବାରେ ଯେପରି ସକ୍ଷମ ହୋଇପାରିବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବାର ଦେଖିବାକୁ ମିଳିଛି l ଶିଶୁଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ନାଉସିରା ରଘୁପତି ଆଇଡ଼ିଆଲ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି ତୃତୀୟ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ ଓ ଶିଶୁ ଉତ୍ସବ ୨୦୨୪ l ବ୍ଲକ ସ୍ତରରୁ ଉନ୍ନୀତ ପ୍ରତିଭା ମାନଙ୍କୁ ନେଇ ଆୟୋଜିତ ଶିଶୁ ପ୍ରତିଭା ଉତ୍ସବ,ସର୍ବଭାରତୀୟ ଶିକ୍ଷା ବଞ୍ଚାଅ କମିଟି ଜଗତସିଂହପୁର ଜିଲ୍ଲା ଶାଖାର ସମ୍ପାଦକ ତଥା ଅଖଣ୍ଡଳ କ୍ଲଷ୍ଟର ର ସିଆରସିସି ଦୀପକ କୁମାର ମହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ, ସଭାପତିତ୍ୱ କରିଥିଲେ ରଘୁପତି ଆଇଡ଼ିଆଲ ସ୍କୁଲ ର ଅଧ୍ୟକ୍ଷ ଉମାକାନ୍ତ ସ୍ୱାଇଁ ଏବଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ବିଶିଷ୍ଠ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ସ୍ୱାଇଁ l ଅନ୍ତର୍ଜାତୀକ ଶିକ୍ଷାବିତ୍ ତଥା ସର୍ବଭାରତୀୟ ଶିକ୍ଷା ବଞ୍ଚାଅ କମିଟିର ଜଗତସିଂହପୁର ଜିଲ୍ଲା ଶାଖା ର ଉପସଭାପତି ମହମ୍ମଦ ଓସାମା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଥିଲେ ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ବାରିକ l ଉତ୍ସବ ଆରମ୍ଭରୁ ଚାଚା ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ, ବିଦ୍ୟାଳୟ ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଆମନ୍ତ୍ରିତ ଅତିଥିମାନେ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଥିବା ସହିତ ନିଜର ଅନ୍ତର୍ନିହିତ ଗୁଣର ବିକାଶ ଦେଶକୁ ନବଦିଗନ୍ତ ଆଡକୁ ନେଇଯାଇ ପାରିବ ବୋଲି ଉତ୍ସାହିତ ମନ୍ତବ୍ୟ ପ୍ରଦାନ କରିଥିଲେ l ଜଇପୁର ମହେଶ୍ୱର ସରକାରୀ ସ୍କୁଲର ଛାତ୍ରୀ ତ୍ରିଷ୍ଣାପ୍ରିତି ସାହୁ ଙ୍କ ଓଡିଶୀ ନୃତ୍ୟ, ରଘୁପତି ଆଇଡ଼ିଆଲ ସ୍କୁଲ ର ଛାତ୍ରୀ ସାଈ ଆଶ୍ରିତା ଲେଙ୍କା, ଓ ସାଈ ପଦ୍ମଜା ଲେଙ୍କା ଙ୍କ ଦେଶଭକ୍ତି ଆଧାରିତ ନୃତ୍ୟ ଏବଂ ଖଣ୍ଡାସାହି ସରକାରୀ ସ୍କୁଲ ର ଛାତ୍ରୀ ଲକ୍ଷ୍ମୀପ୍ରିୟା ଘଡେଇଙ୍କ ମଡର୍ଣ୍ଣ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିବାର ଦେଖିବାକୁ ମିଳିଥିଲା l ଏହା ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟର ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ନୃସିଂହ ଚରଣ ରାଉତ, କୈଳାସ ମଲ୍ଲିକ,ପ୍ରମୋଦିନୀ ଦାଶ, ସ୍ମୃତିରଞ୍ଜନ ହୋତା,ଲୋପାମୁଦ୍ରା ବର୍ଦ୍ଧନ,ସୋନାଲି ନାୟକ,ସୌଭାଗିନୀ ବିଶ୍ୱାଳ, ରୀନା ମଲ୍ଲିକ,ଲିପ୍ସା ମାଟି,ପ୍ରିୟଙ୍କା ମହାନ୍ତି, ମମତା ସାହୁ,ଅଫିସ ଆସିଷ୍ଟାଣ୍ଡ ଗଙ୍ଗାଧର ସ୍ୱାଇଁ,ଅଞ୍ଜନ ମହାନ୍ତି ଓ ପିଣ୍ଟୁ ଦାସ ସକ୍ରିୟ ସହଯୋଗ କରିଥିବାର ଦେଖାଯାଇଥିଲା l ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଉମାକାନ୍ତ ସ୍ୱାଇଁ !ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ସମାପନ ହୋଇ ଥିବାରୁ ଉପସ୍ଥିତ ପ୍ରତିଯୋଗୀ ମାନେ ଓ ଅବିଭାବକ ମାନେ ଆୟୋଜକ ଙ୍କୁ ସୁଭେତ୍ସା ଜାଣଇ ଥିଲେ l
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l