ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ

ବୁଗୁଡ଼ା : ତା ୧୪/୧୧/୨୪ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବରିଷ୍ଠା ଗୁରୁମା ଝିଲ୍ଲୀ କୁମାରୀ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମରେ ଗୁରୁଜୀ ଗାନ୍ଧୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଶିଶୁ ଭାଇଭଉଣୀମାନେ ମଧ୍ୟ ସ୍ବ ସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ଯକ୍ରମର ପ୍ରାରମ୍ଭରେ ଛାତ୍ରୀ ଆଦ୍ଯାଶା ରାଣୀ ଡାକୁଆ, ଶୁଭଶ୍ରୀ ପ୍ରିୟଦର୍ଶନୀ ମହାରଣା ଓ ସ୍ନେହାରାଣୀ ପରିଡା ପ୍ରମୁଖ ମିଳିତ ସଙ୍ଗୀତ ଗାନ ଏବଂ ଛାତ୍ରୀ ବିଦ୍ଯାଜ୍ଞିନୀ ବେବର୍ତ୍ତା ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁଜୀ ଲଡୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲରେ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ମିଡିଆ କ୍ଲବ୍ ସଭାପତି ଅନୀଲ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କାଉଟ୍ ଶିକ୍ଷକ ବୈଷ୍ଣବ ଚରଣ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷକ ସିମାଞ୍ଚଳ ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଶିକ୍ଷୟିତ୍ରୀ ସୁଦୀପ୍ତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସେହିଭଳି ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ , ପିପୁଲ୍ସ ହାଇସ୍କୁଲ , ବୁଦ୍ଧଗିରି ବିଦ୍ୟାପୀଠ , ସାଇ ସରସ୍ବତୀ ଶିଶୁ ମନ୍ଦିର, ଭଗବାନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଅନୁଶିକ୍ଷଣ କେନ୍ଦ୍ର ଗୁଡିକରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଯାଇଛି ।