November 15, 2024
Share

ଆଜି ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜ୍ ର ମିଳିତ ଆନୁକୂଲ୍ୟରେ ମଧୂମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଚାଲିଥିଲା ଏବଂ ସେଠରେ ଏକ ସଭାରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଅଶୋକ ପରିଡ଼ା, ଡାକ୍ତର ହରି ବଲ୍ଲଭ ମହାପାତ୍ର,ଡାକ୍ତର ଶାନ୍ତୁନ ଜେନା, ଡାକ୍ତର ପ୍ରଭାତ ସାହୁ, ଡାକ୍ତର ଗୋପାଳ ପତି , ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ୍ କୁମାର୍ ପ୍ରଧାନ, କୁମ୍ଭାରପଡା ଥାନାର ଇନ୍ସପେକ୍ଟର ଅନିଲ ବିଶ୍ବାଳ ଯୋଗଦେଇ ମଧୁମେହ ଭୟାବହତା ଉପରେ ଆଲୋକପାତ କରିଥିଲେ…ଏହି ଶିବିରରେ ସମାଜସେବୀ ଶକ୍ତି ନାୟକ,ସମରେନ୍ଦୁ ମହାନ୍ତି, ପ୍ରକାଶ ଆଚାର୍ଯ୍ୟ, ବିଶ୍ଵନାଥ ପଣ୍ଡା, ଲୋକନାଥ ନାୟକ,ସୈ|ମେନ୍ଦୁ ମହାନ୍ତି ଯୋଗଦେଇଥିଲେ…. ସଭାକାର୍ଯ୍ୟକୁ ମାନସ ନାୟକ ଏବଂ କୋରୋନା ରିମେଡିଜ୍ ର ପ୍ରବେଶ ସେଠୀ ପରିଚାଳନା କରିଥିଲେ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ