July 6, 2024

ସାହାସପୁର ପାଞ୍ଚୟତ ଅଞ୍ଚଳ କୁ ମରୁଡି ଘୋଷଣା ସହ ଋଣ ଛାଡ କରିବା ପାଇଁ ସାନଖେମୁଣ୍ଡି ତହସିଲଦାର ଙ୍କୁ ସ୍ଵାରକ ପତ୍ର ପ୍ରଦାନ::

Share

ସାହାସପୁର ପାଞ୍ଚୟତ ଅଞ୍ଚଳ କୁ ମରୁଡି ଘୋଷଣା ସହ ଋଣ ଛାଡ କରିବା ପାଇଁ ସାନଖେମୁଣ୍ଡି ତହସିଲଦାର ଙ୍କୁ ସ୍ଵାରକ ପତ୍ର ପ୍ରଦାନ::
ଚଳିତ ବର୍ଷ ବର୍ଷାର ଅଭାବ ପାଇଁ ଚାରିଆଡେ ଦେଖା ଦେଇଛି ଅଭାବନୀୟ ପରିସ୍ଥିତି। ରକ୍ତକୁ ପାଣି କରି ବିଲରେ ହାଡଭଙ୍ଗା ପରିଶ୍ରମରେ ଅମଳ କରୁଥିବା ଫସଲସବୁ ଚାଷୀର ଆଖି ଆଗରେ ପୋଡିଜଳି ନଷ୍ଟ ଯାଇଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସମ୍ଭାବ୍ୟ ମରୁଡି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନେଇ ଚାଷୀଙ୍କ ଦୁଃଖ କୁ ସରକାରଙ୍କ ନିକଟରେ ପହଞ୍ଚାଇ ଉକ୍ତ ବ୍ଲକ ର ସାହସପୁର ପାଞ୍ଚୟତ ଅଞ୍ଚଳ କୁ ମରୁଡି ଘୋଷଣା କରିବା, ଋଣ ଛାଡ଼, କ୍ଷୟକ୍ଷତି ଅକାଳନ ସହ କୃଷିଋଣ ଛାଡ଼, ବୀମା ସହାୟତା, ମାଗଣା ବିହନ, ବିଦୂତ ଦର ଛାଡ଼ ଧାନ ର ଏଫ ଏକ୍ଯୁ ମାନ କୋହଳ କରିବାକୁ ନେଇ ସାହାସପୁର ପାଞ୍ଚୟତ ର ବହୁ ମହିଳା ଏବଂ ପୁରୁଷ ଚାଷୀ ହାତରେ ଶୁଖିଯାଇଥିବା ଧାନ ଗଛ ହାତରେ ଧରି ସାନଖେମୁଣ୍ଡି ତହସିଲଦାର ଜେ କଳ୍ପନା ଙ୍କୁ ନିଜ ଧୂଖ ଜଣେଇଵା ସହିତ ସ୍ଵାରକ ପତ୍ର ପ୍ରଦାନ କରିଥିଲେ | ଏହା ପରେ ସାନଖେମୁଣ୍ଡି କୃଷି କାର୍ଯ୍ୟାଳୟ ରେ ପହଂଚି ସାନଖେମୁଣ୍ଡି କୃଷି ଅଧିକାରୀଣି ପଦ୍ମିନୀ ଆଚାର୍ଯ୍ୟ ଙ୍କୁ ସ୍ଵାରକ ପତ୍ର ପ୍ରଦାନ କରିଛନ୍ତି | ଏହିଭଳି ଏକ ଘଡି ସନ୍ଦୀ ମୁହୂର୍ତ ରେ ଚାଷୀ ମାନଙ୍କୁ ତୁରନ୍ତ ସହ୍ୟତା ଯୋଗାଇବା ଜରୁରୀ ହୋଇପଡିଛି ବୋଲୀ ବୁଦ୍ଧିଜିବି ମହାଲ ରୁ ମତା ପ୍ରକାଶ ପାଇଛି | ଦାବି ଉପସ୍ଥିତ କରିବା ସମୟରେ ସରପଞ୍ଚ ସୁଶାନ୍ତ ସେଠି, ସମିତି ସଭ୍ୟା ଏ ଅପ୍ସରୀ ପାତ୍ର, ସାହାସପୁର ସୋସାଇଟି ସଭାପତି କୈଳାଶ ପାତ୍ର, ଗ୍ରାମ ସଭାପତି କୈଳାଶ ବିଶୋଇ,ୱାର୍ଡ ମେମ୍ବର ରାଜେଶ ରାଉଳ, କାଳିଆ ଦୋରା,ଗ୍ରାମ କମିଟି ମେମ୍ବର ନେକୁଳ ରାଉଳ, ଏ କ।ମରଜୁ ପାତ୍ର,ଗୋପାଳ ରାଉଳ , ଅଙ୍ଗଦ ମହାନ୍ତି ଏବଂ ବହୁ ଚାଷୀ ଉପସ୍ଥିତ ରହି ନିଜ ଦୁଃଖ ଜଣାଇ ଥିଲେ |

ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା

You may have missed