July 6, 2024

ବାଲିପଦର ହାଇସ୍କୁଲ ପକ୍ଷରୁ କଲେଜ ଅଧ୍ଯକ୍ଷ ଡକ୍ଟର. ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ସମ୍ବର୍ଦ୍ଧିତ-

Share


———————————————-
ବାଲିପଦର :-ତା-୧୫-୧୧-୨୦୨୩ ସ୍ଥାନିୟ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିପଦର ଠାରେ ଶିଶୁ ଦିବସ ପାଳନ ଅବସରରେ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ତଥା ଉଚ୍ଚଶିକ୍ଷାର ପ୍ରସାର-ପ୍ରଚାର ଓ ବିକାଶ ପାଇଁ ବାଲିପଦର ସରକାରୀ ହାଇସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି, ଡକ୍ଟର ପାତ୍ର ବାଲିପଦର ହାଇସ୍କୁଲର ପ୍ରାକ୍ତନ ଛାତ୍ର ଥିବାରୁ ନିଜର ଗୁଣୀ ଶିକ୍ଷକ ମାନଙ୍କ ଶିକ୍ଷାଦାନର ସ୍ମତିଚାରଣ କରି ଦିଗଙ୍ଗତ ଶିକ୍ଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରୀଧାରୀ ସ୍ବାଇଁ ଯୋଗଦେଇ ଥିବାବେଳେ ଅନ୍ୟ ତମ ଅତିଥି ଭାବେ ସମାଜସେବୀ ଖଲିପରିଡା,ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଟୁନା ଗୌଡ, ସହକାରୀ ଶିକ୍ଷକ ପି.ସନ୍ତୋଷ ରାଓ ଦୋରା, ଜିତେନ୍ଦ୍ରିୟ ଗୌଡ, ଶିକ୍ଷୟତ୍ରୀ ଏ. ଲପିରାଣୀ ପାତ୍ର, ମମତା ଚୌଧୁରୀ, ରାଜଲକ୍ଷ୍ମୀ ସ୍ବାଇଁ, ସୁନୀତା ରାଣୀ ଦେବୀ, ଭବାନୀ ମଲ୍ଲିକ୍, ସୁମିତ୍ରା ବେହେରା, ରଶ୍ମି ପ୍ରଭା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ତର୍ଜାତୀୟ କ୍ଷେତ୍ରରେ ଶିଶୁ ଦିବସର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଦଶମ ଶ୍ରଣୀ ଛାତ୍ରୀ ପାୟଲ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଇ. ନିଳାଞ୍ଚଳ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।
——-*——-

You may have missed