November 25, 2024
Share

*╭─────────────────────╮*
*🌄ସକାଳର ଖବର, ୧୫-ନଭେମ୍ବର-୨୦୨୩, ବୁଧବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ l ୧୨ଟି ପ୍ରସ୍ତାବ ହେଲା ପାରିତ , ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ମିଳିଲା ଅନୁମୋଦନ l

➡️୨-ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ଏଣିକି କେହି ପାନ କି ଗୁଟ୍‌ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ନୂଆବର୍ଷରୁ ନିୟମ ଲାଗୁ ହେବ।

➡️୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର କରିବେ ଶୁଭାରମ୍ଭ ।

➡️୪-ଡିଜିଟାଲ୍ ହେଲା ସ୍ୱର୍ଗଦ୍ୱାର ବ୍ୟବସ୍ଥା, ଏଣିକି ହାତପାଆନ୍ତାରେ ରହିବ ସୁବିଧା, ଅନଲାଇନରେ ହୋଇପାରିବ ‘ଶବଦାହ’ ବୁକିଂ l ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଲୋକାର୍ପଣ ହେଲା ଏକ ନୂଆ ୱେବସାଇଟ୍ l

➡️୫-ଲଘୁଚାପ ଆଣୁଛି ବଡ଼ ବର୍ଷା, ଆସନ୍ତାକାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଚାଷୀଙ୍କୁ ଆଲର୍ଟ କଲା କୃଷି ବିଭାଗ l

➡️୬-ଶିଶୁ ଦିବସରେ ‘ଆମ କୁନିପିଲା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଏଣିକି ଏବେ ଘରର ପୁରୁଷ ସଦସ୍ୟଙ୍କୁ କରାଯିବ ଶିଶୁ ଯତ୍ନରେ ସମ୍ପୃକ୍ତି

➡️୭-ଓଡ଼ିଶାର ମହାମହିମ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ୱ ଗ୍ରହଣ ପରେ ଆଜି ପ୍ରଥମ ଥର ପାଇଁ କେନ୍ଦୁଝର ଗସ୍ତ କରିବେ l ଶୁଭାରମ୍ଭ କରିବେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା l

➡️୮-୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଦେଶର ୩୩ଟି ସୈନିକ ସ୍କୁଲରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

➡️୯-ସାହାରା ଇଣ୍ଡିଆ ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ହୃଦ୍‌ଘାତ ଯୋଗୁ ଗତକାଲି ବିଳମ୍ବିତ ରାତିରେ ୭୫ ବର୍ଷ ବୟସରେ ହେଲା ପରଲୋକ l

➡️୧୦-ମାତ୍ର ଦୁଇ ଦିନରେ ଚଳଚ୍ଚିତ୍ର “ଟାଇଗର ୩” ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କଲାଣି ଆୟ, ଫିଲ୍ମଟି ପ୍ରଥମ ଦିନରେ ୪୪.୫୦କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୫୭.୫୦କୋଟି ଟଙ୍କା ଆୟ କରିଛି।

➡️୧୧-ବ୍ରହ୍ମପୁର ସହରରେ ୧୫୬.୫୧କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୨ କିମି ୩୦୦ମିଟରର ନିର୍ମାଣ ହେବ ରିଂ-ରୋଡ୍ । ଏ ନେଇ ରାଜ୍ୟ କ୍ୟାବିନେଟ୍ ଚୂଡ଼ାନ୍ତ ଟେଣ୍ଡର ପ୍ରସ୍ତାବକୁ ଦେଲେ ଅନୁମୋଦନ l

➡️୧୨-ଆସନ୍ତା ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବା ନେଇ ସମସ୍ତ ସଦସ୍ୟଙ୍କୁ ଚିଠିଜରିଆରେ ସୂଚୀତ କଲେ ବିଧାନସଭା ସଚିବ।

➡️୧୩-ଏଣିକି କୁକୁର କାମୁଡିଲେ ପ୍ରତି ଦାନ୍ତ ଦାଗ ପିଛା ମିଳିବ ୧୦ ହଜାର ଟଙ୍କା, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ନେଲେ ବଡ଼ ନିଷ୍ପତ୍ତି l

➡️୧୪-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ବିବୃତ୍ତି ମାମଲାରେ ପ୍ରିୟଙ୍କା ଗାନ୍ଧୀ ଏବଂ କେଜ୍ରିୱାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ EC l ନଭେମ୍ବର ୧୬ ସୁଦ୍ଧା ମଡେଲ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ଜବାବ ଦେବାକୁ ନିର୍ବାଚନ ଆୟୋଗ ଦଳକୁ କହିଲେ

➡️୧୫-ଉତରାଖଣ୍ଡ, ଉତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଉଦ୍ଧାର କାମ ଜାରି, ସିଲକ୍ୟାରା ସୁଡ଼ଙ୍ଗରେ ଲାଗିଲା ‘ଆର୍ଥ ଅଗର’ ମେସିନ୍ l

➡️୧୬-ଭାରତକୁ ଖୁବଶୀଘ୍ର ମିଳିବ ଋଷୀୟ ଇଗ୍ଲା-ଏସ୍ ଆଣ୍ଟିଏୟାରକ୍ରାଫ୍ଟ ମିସାଇଲ, ଏଣିକି ଏହାକୁ ହାତରେ ଧରି ଖସାଇ ହେବ ଶତ୍ରୁ ବିମାନ l ଏ ନେଇ ଋଷିଆ ଏକ ରାଜିନାମାରେ କଲା ସ୍ୱାକ୍ଷର l

➡️୧୭-ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ମିଳିଲା ବଡ ସଫଳତା । ଗାଜାରେ ଥିବା ହମାସର ସଂସଦ ଉପରେ କବଜା କଲା ଆଇଡିଏଫ । ଇସ୍ରାଏଲର ବଡ ଦାବି, ଉତ୍ତରଗାଜାରୁ ସବୁ ହମାସ ଶିବିର ହେଲା ନଷ୍ଟ l

➡️୧୮-ଆଜି ବିଶ୍ୱକପର ପ୍ରଥମ ସେମି-ଫାଇନାଲ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ- ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳଯିବ । ଦେଶରେ ବଢୁଛି କ୍ରିକେଟ୍ ଫିଭର ।

➡️୧୯-ଦକ୍ଷିଣ କୋରିଆରେ ଆ​ୟୋଜିତ ଏସୀୟ ସୁଟିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିବା ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦେଲେ ୧୦ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର l

➡️୨୦-କ୍ରିକେଟ ଚୟନ କମିଟିକୁ ଭାଙ୍ଗିଲା ପିସିବି, ୨୦୨୩ ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନରେ ଉପୁଜିଲା ଅସନ୍ତୋଷର ନିଆଁ