November 24, 2024

ବ୍ୟାସ ଫାଉଣ୍ଡେସନର ସାରସ୍ଵତ ସମାରୋହ ଓ ପ୍ରତିଭାସମ୍ମାନ ଉତ୍ସବ

Share

ବ୍ୟାସ ଫାଉଣ୍ଡେସନର ସାରସ୍ଵତ ସମାରୋହ ଓ ପ୍ରତିଭାସମ୍ମାନ ଉତ୍ସବ
==================== ତିର୍ତ୍ତୋଲ :- ଆମ ରାଜ୍ୟର ଅଗ୍ରଣୀ ସାମାଜିକ, ସାରସ୍ଵତ ଓ ସାଂସ୍କୃତିକ ଅନୁଷ୍ଠାନ, ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଗତ ରବିବାର ଦିନ ମଧ୍ୟାହ୍ନ ରେ , ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ ଏକ ସାରସ୍ଵତ ସମାରୋହ ଓ ପ୍ରତିଭାସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପ୍ରବୀଣ ରାଜନୀତିଜ୍ଞ ତଥା ମା ମାଟି ସେବାବ୍ରତୀ ମୂରଲୀଧର ରଥ ଙ୍କୁ ବିଶେଷ ପ୍ରତିଭାବାନ ଭାବେ ଉତ୍ତରୀୟ ମାନପତ୍ର ଓ ପୁଷ୍ପମଲ୍ୟ ଅର୍ପଣ କରାଯାଇ , ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାସ ଫାଉଣ୍ଡେସନର ଉପଦେଷ୍ଟା ବୀର ନାରାୟଣ ପାତ୍ର ସ୍ବାଗତ ଭାଷଣ ଓ ଶ୍ରୀମତୀ ଆଚାର୍ଯ୍ୟ ବାର୍ଷିକ ବିବରଣୀପାଠ ସହିତ ସମସ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ସମାରୋହ ରେ ପଣ୍ଡିତ ଡ଼କ୍ଟର ସିଦ୍ଧେଶ୍ବର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ,ବିଶିଷ୍ଟ ବରେଣ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଡଃ ସୃତିସାଗର ସରସ୍ଵତୀ ମହାରାଜ , ମାଳିକା ପ୍ରବଚକ ବାବା ଦିବାକର ଦାସ ମହାରାଜ , ତିରୁପତି ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ହରେକୃଷ୍ଣ ଶତପଥୀ , ଏସ ଭି ଏମ କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର , ସାହିତ୍ୟିକ ରଞ୍ଜନ କୁମାର ମହାନ୍ତି , ଅଧ୍ୟାପକ ଉମାକାନ୍ତ ନାୟକ ତିର୍ତ୍ତୋଲଥାନା ଏସ ଡି ପି ଓ ଚିନ୍ମୟ କୁମାର ରାଉତ , ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ,ବ୍ୟାସ ଫାଉଣ୍ଡେସନ ର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ , ଆଇନଜୀବି ବୀର ନାରାୟଣ ପାତ୍ର , ରଶ୍ମିତା ନାୟକ , ଡଃ ସୁରେନ୍ଦ୍ରନାଥ ତ୍ରୀପାଠୀ , ଯଶୋବନ୍ତ ରାଉତ , ଡଃ ସୁନାକର ବେହେରା ଓ ଉପଦେଷ୍ଟା ଗଗନ ବିହାରୀ ପୃଷ୍ଟି ପ୍ରମୁଖ ଯୋଗଦେଇ , ବ୍ୟାସ ଫାଉଣ୍ଡେସନର ଜନହିତକର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ , ଏହି ଅବସରରେ ତ୍ରୈମାସିକ ପତ୍ରିକା ଗୀତାଜ୍ଞାନାଞ୍ଜନ ଓ ଡଃ ସିଦ୍ଧେଶ୍ୱର ପଣ୍ଡା ଙ୍କ ରଚିତ ଅନନ୍ୟା ପୁସ୍ତକ କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।ବିଭିନ୍ନକ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ପାଇଁ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାଶ , ଙ୍କୁ ଆଦର୍ଶ ଦମ୍ପତି , ଶରତ କୁମାର ଦାଶ ଓ ଶର୍ମିଲା ଦାଶ ଙ୍କୁ ସମାଜସେବା , ରମାକାନ୍ତ ରାଉଳ ଙ୍କୁ ବ୍ୟାସପ୍ରତିଭା ସମ୍ମାନ , ଭାଗବତ ପ୍ରସାଦ ଓ ଗୀତା ଙ୍କୁ ଚକୋର ଚକୋରୀ ସମ୍ମାନ , ରଞ୍ଜନ କୁମାର ମଲ୍ଲିକ ଙ୍କୁ ବ୍ୟାସସେବା ଓ ରବିନ୍ଦ୍ରନାଥ ସେଠୀ ଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ୍ବ ସାରସ୍ଵତ ସାଧକ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା ଆଇନଜୀବି ହୃଷୀକେଶ ନନ୍ଦ ପରିଚାଳନା କରିବାରେ ସହଯୋଗ କରିଥିବାବେଳେ , ପରିଶେଷରେ ନଗେନ୍ଦ୍ର ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !