November 24, 2024

ଶିଶୁଯତ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କୁ ନେଇ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ |

Share

ଶିଶୁଯତ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କୁ ନେଇ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ |

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲାରେ ଥିବା ୪ ଗୋଟି ଶିଶୁଯତ୍ନ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୩ ଆଜି ସ୍ଥାନୀୟ ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହା ହେଉଛି ଏକ ବଡ଼ କ୍ଷେତ୍ର । ଓଡ଼ିଶାର ମହାନ ଖେଳାଳୀ ମାନେ ଯେପରି ଆନ୍ତର୍ଜାତିୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇ କ୍ରୀଡା ଇତିହାସରେ ସ୍ଵର୍ଣ୍ଣିମ ଇତିହାସ ରଚନା କରିଛନ୍ତି ଶିଶୁମାନେ ମଧ୍ୟ ସେଭଳି କ୍ରୀଡା ପ୍ରଦର୍ଶନ କରିବା ଉଚିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବାଳ ନିକେତନ ପରିଚାଳନା କମିଟିର ସଭାପତି ଏଲ ସୁରେଶ, ଶିଶୁ ମଙ୍ଗଳ କମିଟି ରାୟଗଡା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ୧୦୦ ଓ ୨୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ଵ ଡିଆଁ, କ୍ୟାରମ, ଚେସ ,କୁଇଜ, ଡ଼ିବେଟ,ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାରେ ଚାରି ଗୋଟି ଅନୁଷ୍ଠାନ ର ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ । ଏଠାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଭାଗନେବେ । କ୍ରୀଡା ଶିକ୍ଷକ ଜୟକୃଷ୍ଣ ପାତ୍ର, ଶୁଭ୍ରଜିତ ମହାନ୍ତି, ହାଉସ ଫାଦର ଅଖିଳ ମହାନ୍ତି, ମୋହନ ପଣ୍ଡା, ବଳରାମ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ଇନଡୋର ଖେଳ ନବୀନ ଗୁରୁ, କୈଳାସ ଶବର, ଯମରାଜୁ ଶବର ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନ ପରିଚାଳକ ଅକ୍ଷୟ ମହାନ୍ତି ଓ ପରାମର୍ଶଦାତା ଅଜିତ୍ ମହାନ୍ତି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।